ପ୍ରେସ କ୍ଲବରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ରାୟଗଡା:ରକ୍ତଦାନ ମହତ ଦାନ, ଏଭଳି ଏକ ଜନହିତକର ରକ୍ତଦାନ କାର୍ଯ୍ୟକ୍ରମ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଆୟୋଜିତ ରକ୍ତଦାନ ଶିବିରକୁ ମାନ୍ୟବର ରାଜ୍ୟ ସଭା ସାଂସଦ ଏନ.ଭାସ୍କର ରାଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେହିଭଳି ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ବରିଷ୍ଠ ନାଗରିକ ମଙ୍ଗଳ ସଂଘର ସଭାପତି ବିନୋଦ ଚନ୍ଦ୍ର ପଣ୍ଡା, ଶିକ୍ଷାବିତ୍ ଦୁଷ୍ମନ୍ତ କୁମାର ମହାନ୍ତି, କେ.ସାଲବା ରାଜୁ, ଦୂର୍ନିତୀ ନିବାରଣ ବିଭାଗର ଡିଏସପି ଅନନ୍ତ ମଲ୍ଲିକ, ଶିଳ୍ପ ଅଧିକାରୀ ସବ୍ୟସାଚୀ ସାହୁ, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରେସ କ୍ଲବର ସଭାପତି ରାଜେଶ ପଟ୍ଟନାୟକଙ୍କ ସଭାପତିତ୍ୱରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । କ୍ଲବର ଉପଦେଷ୍ଟା ନରସିଂହ ନାଥ ପାଢୀ ରକ୍ତଦାନ ଭଳି ଏକ ମହତ୍ କାର୍ଯ୍ୟକ୍ରମକୁ ପ୍ରେସ କ୍ଲବ ପରିସରରେ ଆୟୋଜିତ କରାଯାଇଥିବାରୁ ସମସ୍ତ ସଦସ୍ୟ ସାଧୁବାଦ ଦେବା ସହ ଏହା ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟ ହେଉ ବୋଲି ମତବ୍ୟକ୍ତ କରିଥିଲେ । ବିଭିନ୍ନ ଅନୁଷ୍ଠାନର ସଦସ୍ୟ ମାନଙ୍କୁ ନେଇ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ପ୍ରେସ କ୍ଲବର ସଭାପତି ରାଜେଶ ପଟ୍ଟନାୟକ, ସଂପାଦକ ସଂଗ୍ରାମ କେଶର ପଟ୍ଟନାୟକ,ସଭ୍ୟ ନବୀନ ସାହୁଙ୍କ ସହ ସିଆରପିଏଫ ୪ର୍ଥ ବାଟାଲିୟନର ଜବାନ, ମହିଳା ବିଦ୍ୟାଳୟର ବିଦ୍ୟାର୍ଥି, ଟ୍ରକ ମାଲିକ ସଂଘ, ଅଟୋ ୟୁିନିୟନ, ରାଧାକୃଷ୍ଣ ଆସୋସିଏଟ, ସେଂଚୁରିଆନ ୟୁନିଭରସିଟିର ବିଦ୍ୟାର୍ଥି ମାନେ ସ୍ୱେଛାକୃତ ଭାବେ ରକ୍ତଦାନ ଶିବିରରେ ଭାଗ ନେଇ ରକ୍ତଦାନ କରିଥିଲେ । ସେହିଭଳି ଯୁବଗୋଷ୍ଠୀ ସାଇ ଶିବ ପ୍ରସାଦ ପଟ୍ଟନାୟକ, ତ୍ରିନାଥ ସାହୁ, ବିନାୟକ ପଲେଇ, ଜିଲ୍ଲା ସୂଚନା ଏବଂ ଲୋକ ସଂପର୍କ ବିଭାଗ କାର୍ଯ୍ୟାଳୟ ଡମ୍ବରୁ ପଣ୍ଡା ପ୍ରମୁଖ ମଧ୍ୟ ରକ୍ତଦାନ କରିଥିଲେ । ରକ୍ତଦାନ ଶିବିରରୁ ୪୭ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ରକ୍ତଦାନ ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ରେବା ପାତ୍ର, ଅର୍ଚ୍ଚନା ପଟ୍ଟନାୟକ, ବି.ତିରୁପତି, କୋଣ୍ଡା ବାବୁ ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲଡ ବ୍ୟାଙ୍କ ଅଧିକାରୀ ଡାକ୍ତର ଏଲ.ଏନ.ସାହୁଙ୍କ ତତ୍ୱାବଧାନରେ ରକ୍ତଦାନ ଶିବିର ଆୟୋଜନ ହୋଇଥିଲା । ପରିଚାଳନାରେ ସହଯୋଗ କରିଥିଲେ ପ୍ରେସ କ୍ଲବର ଉପ-ସଭାପତି କେ.କେ.ଜେନା, ସହ-ସଂପାଦକ ମନୋଜ ପାତ୍ର, ସଂଗଠନ ସଂପାଦକ ଶିବ ସାଇ ବକ୍ସିପାତ୍ର, କୋଷାଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ସଭ୍ୟ ବାଳକୃଷ୍ଣ ପଟ୍ଟନାୟକ, ବି.ଏଚ.ନାଗରାଜୁ, ସି.ଏଚ.ଶ୍ରୀନିବାସ, ଭାଗ୍ୟଶ୍ରୀ ମିଶ୍ର, ଆମଜାଦ ଅଲ୍ଲୀ, ପ୍ରତିବର୍ଦ୍ଧନ ନାୟକ, ନିତୀନ ଚୌଧୁରୀ ପ୍ରମୁଖ ।

Leave A Reply

Your email address will not be published.

15 − 10 =