ମୁମ୍ବଇ : ଗଣତନ୍ତ୍ର ଦିବସ ଅବସରରେ ଆସନ୍ତାକାଲି ଜାତୀୟ ରାଜଧାନୀ ଦିଲ୍ଲୀରେ କୃଷକମାନେ ଟ୍ରାକ୍ଟର ରାଲି କରିବେ। ତେବେ ଟ୍ରାକ୍ଟର ରାଲି ସମର୍ଥନରେ ସୋମବାର ମୁମ୍ବାଇରେ ଚାଷୀଙ୍କ ମହାରାଲି ଅନୁଷ୍ଠିତ ହେଉଛି। କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ହଜାର ହଜାର ଚାଷୀ ଆଜି ମୁମ୍ବାଇର ଆଜାଦ ମୈଦାନରେ ଏକାଠି ହୋଇ ମେଗା ରାଲି କରୁଛନ୍ତି। ଏନସିପି ସୁପ୍ରିମୋ ଶରଦ ପାୱାର୍ ଆଜି ଏହି ରାଲିରେ ଯୋଗଦେବେ। ଗତକାଲି ନାସିକରୁ ପ୍ରାୟ ୨୧ ଜିଲ୍ଲାର ଚାଷୀ ୧୮୦ କିଲୋମିଟର ଯାତ୍ରା କରି ମୁମ୍ବଇରେ ପହଞ୍ଚିଛନ୍ତି। ସେହିପରି ଅଲ ଇଣ୍ଡିଆ କିଶାନ ସଭାର ମହାରାଷ୍ଟ୍ର ୟୁନିଟ ପକ୍ଷରୁ ୧୫ ହଜାର ଚାଷୀ ମୁମ୍ବଇରେ ପହଞ୍ଚିଛନ୍ତି। ରାଲିକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଆଜାଦ ମଇଦାନରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।