ଟିକାକରଣରେ ପ୍ରଥମ ସ୍ଥାନରେ ଓଡ଼ିଶା

ଭୁବନେଶ୍ବର :  ଟିକାକରଣରେ ଓଡ଼ିଶା  ପ୍ରଥମ ସ୍ଥାନରେ  ରହିଛି। କାରଣ ପ୍ରଥମ ସ୍ଥାନରେ ଥିବା ଳାକ୍ଷାଦ୍ବୀପ କେନ୍ଦ୍ର ଶାସିତ ଅଂଚଳ। ତେଣୁ ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଭଲରେ ଅଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ପ୍ରଥମ ଯେଉଁ ସ୍ୱାସ୍ଥ୍ୟ କର୍ମୀ ଟୀକା ନେଉ ନଥିଲେ, ସେମାନେ ଗତକାଲିଠାରୁ ଟିକା ନେବା ଆରମ୍ଭ କଲେଣି। ଗତକାଲି ସୁଦ୍ଧା ୧ ଲକ୍ଷ ୯୪ ହଜାର ୫୮ ଜଣ ଟିକା ନେଇଥିଲେ। ଧାର୍ଯ୍ୟ ଲକ୍ଷଠାରୁ ୧ ଲକ୍ଷ ୪୪ ହଜାର ୬୪୨ ବାକି ଅଛନ୍ତି। ସେମାନଙ୍କୁ ଖୁବ ଶ୍ରୀଘ୍ର ଟିକା ଦାନ କରାଯିବ। ଫେବୃୟାରୀ ୧୦ ସୁଦ୍ଧା ରାଜ୍ୟରେ ଟିକାଦାନ ଶେଷ ହେବ ଏବଂ ପରେ ପ୍ରଥମ ଦଫା ଟିକାଦାନର ୨ୟ ଡୋଜ୍ ଦିଆଯିବ। କେବଳ ଗତକାଲି ୧୭ହଜାର ୧୩୭ ଜଣଙ୍କ ସ୍ବାସ୍ଥ୍ୟ ସେବା କର୍ମଚାରୀଙ୍କୁ ଟିକାଦାନ କରାଯାଇଛି। ୩୧ ଜାନୁଆରୀରୁ ଫେବୃଆରୀ ୨ ଯାଏ ପଲସ୍ ପୋଲିଓ ଅଭିଯାନ ଚାଲିବ। ତେଣୁ ଏହି ତିନି ଦିନ କୋବିଡ଼ ଟିକାକରଣ ବନ୍ଦ ରହିବ। ତେବେ ଫେବୃୟାରୀ ୧୦ତାରିଖ ସୁଦ୍ଧା ପ୍ରଥମ ଡୋଜ ସମସ୍ତଙ୍କୁ ଦିଆସରିବ। କୌଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇନି। ଯେଉଁମାନଙ୍କ ଦେଖା ଦେଇଥିଲା, ସେମାନେ ସୁସ୍ଥ ଅଛନ୍ତି ବୋଲି ଡାକ୍ତର ପାଣିଗ୍ରାହୀ କହିଛନ୍ତି।

Leave A Reply

Your email address will not be published.

1 × five =