ଚମ୍ପୁଆ ଚକ୍ଷୁ ଚିକିତ୍ସାଳୟ ବନ୍ଦ !

ଚମ୍ପୁଆ: ସରକାରୀ ହାକ୍ତରଖାନାରେ ରୋଗୀଙ୍କୁ ସଂପୂର୍ଣ୍ଣ ମାଗଣା ଚିକିତ୍ସା ସାଙ୍ଗକୁ ମାଗଣା ଔଷଧ,ବିଭିନ୍ନ ରୋଗର ମାଗଣା ପରିକ୍ଷାର ମଧ୍ୟ ସୁବନେ୍ଦାବସ୍ତ କରିଛନ୍ତି ।ଜଣେ ହେଲେ ରୋଗୀ ଯେପରି ସେବାରୁ ବଂଚିତ ନହେବ ଏହା ହିଁ ସରକାରଙ୍କ ମୁଖ୍ୟ ଉଦେଶ୍ୟ ରହିଛିା କିÿିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ସମସ୍ତ ଅନୁସଙ୍ଗିକ ଯନ୍ତ୍ରପାତି,ସହ ସୁବିଧା ସୁଯୋଗ ରହିଥିବା ବେଳେ ଚକ୍ଷୁ ଡାକ୍ତର ନିଯୁକ୍ତି ଦିଆ ଯାଉ ନ ଥିବାରୁ ଏହି ଡାକ୍ତରଖାନାୁରେ ଚକ୍ଷୁରୋଗୀ ସେବାରୁ ବଂଚିତ ହେଉଛନ୍ତି । ବର୍ଷ ବର୍ଷ ଧରି ଏହିପଦବୀ ପୂରଣ ହୋଇ ପାରୁ ନ ଥିବାରୁ ଏହି ଚକ୍ଷୁ ୱାର୍ଡରେ ତାଲା ଝୁଲୁଛି । ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରି ଯୋଡା,ଝୁମ୍ପୁରା, ଚମ୍ପୁଆ ବ୍ଲକ ସହିତ ପଡୋଶି ଝାଡଖଣ୍ଡ ଓ ମୟୁରଭଂଜର ଏକାଧିକ ବ୍ଳକର ଲୋକ ନିର୍ଭର କରି ଆସିଥାନ୍ତି ।୧୯୧୦ ମସିହାରୁ ଏହି ଚିକିତ୍ସାଳୟ ପ୍ରତିଷ୍ଟା ହେବା ପର ଠାରୁ ଏଠାରେ ଚକ୍ଷୁ ଚିକିତ୍ସାଳୟ ମଧ୍ୟ ଖୋଲା ଯାଇଛି ।ଚକ୍ଷୁ ୱାର୍ଡ ପାଇର୍ ଆବଶ୍ୟକିୟ ଅତ୍ୟାଧୁନିକ ଯନ୍ତ୍ାପାତ ସହିତ ସବୁସୁବିଧା ଯୋଗାଇ ଦିଆ ଯାଇଛି ।ଡାକ୍ତର ନିଯୁକ୍ତି ଦେବାକୁ ପ୍ରଶାସନର ଅନ୍ତରିକତାର ଅଭାବ ରହି ଥିବା ବେଳେ ରାଜନୈତିକ ଇଛାଶକ୍ତି ମଧ୍ୟ ନାହିଁ ବୋଲି ଅନୁମାନ କରାଯାଉଛି ଗତ ୨ବର୍ଷ ପୂର୍ବେ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରୁ ଏଠାରେ ଜଣେ ଡାକ୍ତର ନିଯୁକ୍ି ଦିଆ ଯାଇ ଥିଲା ।ସେ କିଛି ମାସ ରହିବା ପରେ ଅନ୍ୟତ୍ର ଚାକିରିରେ ଯୋଗ ଦେଇ ଚାଲି ଯିବା ପରେ ଦିଘଁ ଏକ ବର୍ଷ ହେବ ଏହି ଚକ୍ଷୁ ଚିକିତ୍ସାଳୟ ପୂର୍ବ ଭଳି ବନ୍ଦ ହୋଇ ରହିଛି । ଏଠାରେ ସୂଚନା ଯୋଗ୍ୟକି ଏହ ିୱାର୍ଡରେ ରୋଗୀ ସେବା ପାଇର୍୧୦ ଶଯ୍ୟା ସହ ସହିତ ଅନ୍ୟାନ୍ୟ ସମସ୍ତ ଅନୁସଙ୍ଗିକ ଯନ୍ତପ୍ାତି ରହିଛି । କିନ୍ତୁ ଡାକ୍ତର ଅଭାବ ଯୋଗୁଁଯନ୍ତ୍ରପାତି ଗୁଡିକ ଅଦରକାରି ହୋଇ ପଡିଛି ।ଏ ସମନ୍ଧରେ ଚମ୍ପୁଆ ଉପଖଣ୍ଡ ଚିକିତ୍ସା ଅଦôକାରୀ ଉମାକାନ୍ତ ସାହୁ କହିଲେ ନିକଟରେ ଜିଲ୍ଲା ଖଣିଜ ପାଣ୍ଠିରୁ ଚମ୍ପୁଆ ଡାକ୍ତରଖାନା ପାଇର୍ ଚକ୍ଷୁ ଡାକ୍ତର ସହିତ ଅନ୍ୟ ବିଭାଗର ୪ଜଣ ଡାକ୍ତରଯୋଗାଇ ଦେବାକୁ ଜିଳ୍ଲା ପ୍ରଶାସନକୁ ଅବଗତ କରାଯାଇଛି ।ନିକଟରେ ସାକ୍ଷାତକାର ସରିଛି, କେଉଁ ବିଭାଗରେ ଡାକ୍ତର ନିଯୁକ୍ତି ଦିଆଯିବ ତାହା ଡାକ୍ତର ନିଯୁକ୍ତି ପରେ ଜଣାପଡିବ ବୋଲି ସଫେଇ ଦେଇଛନ୍ତି ।

Leave A Reply

Your email address will not be published.

12 − six =