ଜଗତସିଂହପୁର: ପବିତ୍ର ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ମହାପ୍ରଣାୟ ଦିବସ ଅବସରରେ ଆଜି ଲବଣ ସତ୍ୟାଗ୍ରହ ଉତ୍ସବ ସ୍ଥାନୀୟ ବାଲିଗୁଡା ସ୍ଥିତ ହଳଦୀ ମାଲପାକୁଦ ଓରଣ୍ଡା ଠାରେ ତାଙ୍କ ପ୍ରତି ମୁର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ଗାନ୍ଧୀ ସ୍ମୃତି କିମିଟିର ସଭାପପତି ତଥା ବିଜେପିର ବରିଷ୍ଠ ନେତା ସୟ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଠାରେ ଗାନ୍ଧୀଜୀଙ୍କ ସ୍ମୃତି ଉଦେ୍ଧଶ୍ୟରେ ନୀରବ ପ୍ରର୍ଥନା ସହ ଗାନ୍ଧୀଜୀଙ୍କ ପ୍ରତି ମୁର୍ତୀରେ ମାଲ୍ୟାର୍ପଣ କରାଯାଇ ତାଙ୍କ ପ୍ରତି ଭକ୍ତିପୁତ ଶ୍ରଦ୍ଧାଳି ପ୍ରଦାନ କରାଯାଇଥିଲା । ଏହି ଉତ୍ସବରେ ଏକ ଗାନ୍ଧୀ ସ୍ମାରକୀ ଭବନ ନିର୍ମାଣ ପାଇଁ ଭୁମି ପୂଜନ କରାଯାଇଥିଲା । ଏଥିରେ ସଭାପତି ସୟ କୁମାର ମହାନ୍ତି, ଉପ ସଭାପତି ନରେନ୍ଦ୍ର କୁମାର ସ୍ୱାଇଁ, ଉପଦେଷ୍ଟା ଆଇନଜୀବି ବୀର ନାରାୟଣ ପାତ୍ର, ବିଶିଷ୍ଟ ଶିକ୍ଷାବିତ ତଥା ପରିଷଦର ବରିଷ୍ଠ ଉପଦେଷ୍ଟା ଡଃ ବିଷ୍ଣୁ ଚରଣ ସ୍ୱାଇଁ, କୋଷାଧ୍ୟକ୍ଷ ମୁରଲୀଧର ପରିଡା, ସମ୍ପାଦକ ହରେକୃଷ୍ଣ ମଲ୍ଲିକ, ସହ ସମ୍ପାଦକ ମାଗୁଣୀ ଚରଣ ମହାନ୍ତି, ଉପଦେଷ୍ଟା ବଂଶୀଧର ଶତପଥୀ, କଂଗ୍ରେସ ନେତା ବିଭୁତି ଭୁଷଣ ସ୍ୱାଇଁ, ସାମ୍ବାଦିକ ବୀରବର ଦଳାଇ, ସମାଜ ଏରସମା ସାମ୍ବାଦିକ କାର୍ତିୀକ ଚନ୍ଦ୍ର ବେହେରା, ସର୍ବଶ୍ରୀ ପ୍ରଶାନ୍ତ କୁମାର ଦାସ, ବୃନ୍ଦାବନ ମହାପାତ୍ର, ରମେଶ ଚନ୍ଦ୍ର ବାରିକ, ଚନ୍ଦନ ବାରିକ, ସୁରେଶ ଚନ୍ଦ୍ର ମାଣିଆ, କନକ ଲତା ପରିଡା, ଅଜୟ ପରିଡା, ବୀର କିଶୋର ପରିଡା, ବ୍ରହ୍ମଚାରୀ ନିରନ ଦାସ ପ୍ରମୁଖ ବହୁ ବରିଷ୍ଠ ଗାନ୍ଧୀ ସ୍ମୃତି କମିଟିର ସଦସ୍ୟ ଗଣ ଯୋଗ ଦେଇ ଜାତୀୟ ଜନନକ ମହାତ୍ମାଙ୍କ ଏହି ପୂଣ୍ୟ ତିଥିରେ ଗଭୀର ଶ୍ରଦ୍ଧାଳି ପ୍ରଦାନ କରିଥିଲେ ।