ବିଦ୍ୟୁତ ସଂଯୋଗ ନଥାଇ ଆସୁଛି ବିଲ୍

ଖପ୍ରାଖୋଲ: ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ପରିବାରକୁ ବିଦ୍ୟୁତ ସଂଯୋଗ ଦେବା ପାଇଁ ବିପିଏଲ୍ ଲାଇନର ବ୍ୟବସ୍ଥା କରିଛନ୍ତି । ମାତ୍ର କେତେକ ସ୍ଥାନରେ ବିଦୁ୍ୟତ ସଂଯୋଗ ହୋଇ ନଥିଲେ ମଧ୍ୟ ବିଦ୍ୟୁତ୍ ବିଲ ଆସୁଥିବା ନେଇ ଅଭିଯୋଗ ହୋଇଛି । ଖପ୍ରାଖୋଲ ଗ୍ରାମର ନେପାଲ ଗଡତ୍ୟାଙ୍ଗ ଘରକୁ ବିପିଏଲ୍ ଲାଇନ୍ ସଂଯୋଗୀକରଣ ହୋଇ ନଥିବା ବେଳେ ତାଙ୍କ ନିକଟକୁ ବିଲ୍ ଆସିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ସୂଚନା ମତେ ନେପାଲ ଗଡତ୍ୟା ତାଙ୍କ ଘରକୁ ବିପିଏଲ୍ ଲାଇନ ନେବା ନିମନ୍ତେ ଆବେଦନ କରିଥିବା ଜଣାପଡିଛି । ଏଥିପାଇଁ ସାତମାସ ପୂର୍ବେ ତାଙ୍କ ଘରେ ଠିକା ସଂସ୍ଥା ପକ୍ଷରୁ ମିଟର ବସାଯାଇଥିଲା । ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ତାଙ୍କ ଘରକୁ ଏ ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ କରାଯାଇନାହିଁ । ମାତ୍ର ଡିସେମ୍ବର ମାସର ବିଦ୍ୟୁତ ବିଲ ୨୬୫ ଟଙ୍କା ଆସିଥିବା ବେଳେ ୩୧ ଜାନୁୟାରୀ ସୁଦ୍ଧା ଏହି ବିଲ ପୈଠ କରିବାକୁ ବିଲରେ ଉଲ୍ଲେଖ କରାଯାଇଛି । ଘରକୁ ବିଦ୍ୟୁତ ସଂଯୋଗ ହୋଇ ନଥିବା ବେଳେ ବିଲ୍ କିପରି ଆସିଲା ଏହାକୁ ନେଇ ନଥିବା ବେଳେ ବିଲ୍ କିପରି ଆସିଲା ଏହାକୁ ନେଇ ପରିବାର ଲୋକ ଚିନ୍ତାରେ ପଡିଛନ୍ତି । ଏ ନେଇ ଖପ୍ରାଖୋଲ ବିଦ୍ୟୁତ ବିଭାଗ ସେକ୍ସନ ଅଫିସର ପବିତ୍ର ବିଶ୍ୱାଳଙ୍କୁ ପଚାରିବାରୁ ଯଦି ତ୍ରୁଟି ହୋଇଥାଏ ତେବେ ଆମେ ସଂଶୋଧନ କରିଦେବୁ ବୋଲି କହିଛନ୍ତି ।

Leave A Reply

Your email address will not be published.

two × 5 =