ସହୀଦନଗର ୟୁଥ୍ ଆସୋସିଏସନ୍ ପକ୍ଷରୁ ମେଗା ରକ୍ତଦାନ ଶିବିର

ଭୁବନେଶ୍ୱର: ଓଡିଶ ମୋ ପରିବାର ଜୀବନ ବିନ୍ଦୁ’ ବିଜୁ ଯୁବ ଛାତ୍ର ଜନତା ଦଳ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ସହିଦନଗର ୟୁଥ୍ ଆସୋସିଏସନ୍ ଆଜି ମେଗା ରକ୍ତଦାନ ଶିବିର ଆୟୋଜନ କରିଥିଲା । ସ୍ଥାନୀୟ ବିଧାୟକ (ମଧ୍ୟ) ଅନନ୍ତ ନାରାୟଣ ଜେନା, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ମଦନ ମୋହନ ପଣ୍ଡା, ଡାକ୍ତର ଜଗନ୍ନାଥ ମହାପାତ୍ର ଓ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ ମିଳିତ ଭାବରେ ଶିବିର ଉଦ୍ଘାଟନ କରିଥିଲେ । କ୍ୟାପିଟାଲ ହସ୍ପିଟାଲର ବ୍ଲଡ୍ବ୍ୟାଙ୍କ କର୍ମକର୍ତା ଡାକ୍ତର ପ୍ରମୁଖ ରକ୍ତ ସଂଗ୍ରହ ପରିଚାଳନା କରିଥିଲେ । ଶିବିରରେ ମୋଟ ୧୦୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ଆସୋସିଏସ୍ନ୍ର ସଦସ୍ୟମାନେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ । ବିଧାୟକ ଶ୍ରୀ ଜେନା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରେରଣାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ସାରା ଓଡିଶାରେ ଆଗେଇ ଆସିଥିବାବେେଳେ ସଂଗୃହିତ ରକ୍ତରେ ଅସମୟରେ ବହୁମୂଲ୍ୟ ଜୀବନ ରକ୍ଷା କରିପାରୁଛି ବୋଲି କହିଥିଲେ । ଶିବିର ପରିଚାଳନାରେ ରାଜ୍ୟ ଛାତ୍ର ବିଜେଡି ସାଧାରଣ ସଂପାଦକ ଦୀପକ ବେହେରା, ତନ୍ମୟ ସ୍ୱାଇଁ, ରାଜେସରାଜ ସ୍ୱାଇଁ, ଅଜିତ ବେହେରା, ବିଶ୍ୱ ପ୍ରତାପ, ଆଶିଷ ଜେନା, ସତ୍ୟଜିତ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

two + 18 =