ଭଞ୍ଜନଗର: ଗଞ୍ଜାମ ଜିଲ୍ଲାରେ କଲାରାପତରିଆ ବାଘ ମୃତ୍ୟୁ ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ବନବିଭାଗ । ସେମାନଙ୍କ ମଧ୍ୟରୁ ୩ ଜଣ ବୁଗୁଡ଼ା ଥାନା ଅନ୍ତର୍ଗତ ନଗୁଡୁ ଗାଁର ଓ ଅନ୍ୟ ୩ ଜଣ ପଙ୍କଳ ସାହିର । ବାର୍ହା ଶିକାର ଓ ଫାଶ ପକାଇବା ଅଭିଯୋଗରେ ସମସ୍ତେ ଗିରଫ ହୋଇଛନ୍ତି । ଗତ ଶୁକ୍ରବାର ଗଞ୍ଜାମ ଜିଲ୍ଲା ବୁଗୁଡା ବନାଂଚଳ ମାଣିତରା ସେକ୍ସନ ନଗୁଡୁ ଗ୍ରାମ୍ୟ ପାହାଡ ବାରହା ଧରିବା ପାଇଁ ବସା ଯାଇଥିଲା । ଫାଶ ଆଉ ସେହି ଫାଶରେ ଫସି ଯାଇଥିଲା କଲାରାପତରିଆ ବାଘଟି । ଫାଶରେ ପଡିବା ପରେ ବାଘଟି ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡିଥିଲେ । ପରେ ଏନେଇ ବନବିଭାଗକୁ ଖବର ଦେଇଥିଲେ । ବନ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଂଚି ଫାଶରୁ ବାଘକୁ ଉଦ୍ଧାର କରି କିରିଆମ୍ବା ଜଙ୍ଗଲରେ ଛାଡ଼ିବାକୁ ନେଉଥିବା ବେଳେ ତା’ର ମୃତ୍ୟୁ ଘଟିଥିଲା । ସୂଚନାଯୋଗ୍ୟ, ଚଳିତ ମାସ ପ୍ରଥମ ସପ୍ତାହରେ ଗଞ୍ଜାମ ଜିଲ୍ଲାରୁ ବାରହା ଶିକାର ପାଇଁ ବୋମା ବିଛା ଯାଇଥିବା ବେଳେ ଦୁଇଟି ଗାଈ ଆହତ ହୋଇଥିଲେ । ସେଥିରୁ ଗୋଟିଏ ଘଟିଥିଲା ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୁକୁଡାଖଣ୍ଡି କାଳୁଆ ରୋଡ ନିକଟରେ । ଅନ୍ୟଟି ଘଟିଥିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗାଁରେ ।