ବିଧାନସଭାରେ ବଜେଟ ଆଗତ ହେବ ୨୨ରେ

ମାର୍ଚ୍ଚ ୩୧ରେ ପାରିତ ହେବ ବ୍ୟୟମଞ୍ଜୁରି ବିଲ୍
ବଜେଟ ଅଧିବେଶନ ଆରମ୍ଭ ୧୮ରୁ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେସନ । କରୋନା ସ୍ଥିତି କୋହଳ ହୋଇଥିବାରୁ ବିଧାନସଭା କଟକଣା ମଧ୍ୟ କୋହଳ ରହିବ । ଚଳିତ ଥର ପ୍ରଶ୍ନ କାଳ ରହିବ । ୩୧ ଦିନିଆ କାର୍ଯ୍ୟକାଳ ମଧ୍ୟରୁ ବଜେଟ ଅଧିବେଶନ ଆରମ୍ଭ ହେବା ଦିନ ରାଜ୍ୟପାଳ ପ୍ରଫେସର ଗଣେଷ ଲାଲ ଗୃହରେ ସର୍ବପ୍ରଥମେ ଅଭିଭାଷଣ ପ୍ରଦାନ କରିବେ ଓ ଏହା ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଆରମ୍ଭ ହୋଇ ଏହା ଫେବୃୟାରୀ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଫେବୃୟାରୀ ୨୨ରେ ୨୦୨୧-୨୨ ଆର୍ଥୀକ ବର୍ଷ ପାଇଁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୁଜାରୀ ଗୃହରେ ବଜେଟ ଆଗତ କରିବେ । ମାର୍ଚ୍ଚ ୩୧ରେ ଗୃହରେ ବ୍ୟୟମଞ୍ଜୁର ବିଲ୍ ପାରିତ ହେବାକୁ ସମୟ ଧାର୍ଯ୍ୟକରାଯାଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଇତି ମଧ୍ୟରେ ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇସାରିଲାଣି । ବିଜ୍ଞପ୍ତି ଅନୁରାଯାଇ ୯ ଦିନ ଧରି ଅର୍ଥାତ୍ ୧୮ରୁ ୨୭ ଜାଇଁ ପ୍ରଥମ ପର୍ଯ୍ୟୟ ଅଧିବେଶନ ୯ ଦିନ ପାଇଁ ଅନୁଷ୍ଟିତ ହେବ । ସେହିପରି ଦ୍ୱିତୀୟ ପର୍ଯ୍ୟୟ ମାର୍ଚ୍ଚ ୧୨ରୁ ଏପ୍ରିଲ ୯ ତାରିଖ ପର୍ଯ୍ୟନ୍ତ ୨୨ ଦିନ ଧରି ଚାଲିବ ଫେବୃୟାରୀ ୨୫, ୨୬ରେ ବଜେଟ୍ ଉପସ୍ଥାପନା କାର୍ଯ୍ୟକ୍ରମ ରହିଛି । ମଧ୍ୟାନ୍ତର, ଅର୍ଥାତ ମାର୍ଚ୍ଚ ୧୧ ପର୍ଯ୍ୟନ୍ତ ଗୃହକୁ ମୁଳତବି ରଖାଯିବ । ୧୨ରେ ବିଭାଗ୍ୟୟ ଷ୍ଟାଣ୍ଡିଂକମିଟି ରିପୋର୍ଟ ଉପସ୍ଥାପିତ ହେବା ୧୩ ତାରିଖରୁ ୩୦ ତରିଖ ପର୍ଯ୍ୟନ୍ତ ବିଭାଗୀୟ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । ୩୧ ଦିିନିଆ ଅଧିବେଶନରୁ ୪ ଦିନ ବେସରକାରି ଦିବସ ପାଇଁ ଧାର୍ଯ୍ୟ କରାଯାଇଛି । ବିଧାନସଭାରେ କୋଭିଡ କଟକଣା ରହିବ କିନ୍ତୁ କିଛି ନିୟମ କୋହଳ ହେବ । ବିଧାନସଭାକୁ ଯିବା ପୂର୍ବରୁ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ନାହିଁ । ଯେଉଁ ନେତାଙ୍କ ପାଖରେ ଲକ୍ଷଣ ଦେଖାଯିବ ସେମାନଙ୍କର ଆଂଟିଜେନ ଟେଷ୍ଟ ହେବ । ପ୍ରତିଦିନ ବିଧାନସଭା ସାନିଟାଇଜ ହେବ । ଯେଉଁ ବିଧାୟକ କିମ୍ବା ମନ୍ତ୍ରୀ ଚାହିଁବେ ଭିଡିଓ କନଫରେନ୍ସିରେ ନିଜ ଅଫିସରୁ କହିପାରିବେ ।

Leave A Reply

Your email address will not be published.

four × one =