ରେଳ ବଜେଟରେ ଓଡିଶା ପ୍ରତି ବୈମାତୃକ ଭାବ : ବିଜେଡି

ଭୁବନେଶ୍ୱର : ୨୦୨୧-୨୨ ପାଇଁ ଆଗତ ହେଇଥିବା ରେଳବାଇ ବଜେଟ୍ ଓଡ଼ିଶା ରାଜ୍ୟକୁ ନ୍ୟାୟ ଦେଇପାରିନାହିଁ । ରାଜ୍ୟ ସରକାରଙ୍କର ସମସ୍ତ ପ୍ରକାର ସହଯୋଗ ସତ୍ୱେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆଗତ ହୋଇଥିବା ରେଳ ବଜେଟରେ ଓଡିଶା ପାଇଁ ବୈମାତୃକ ମନୋଭାବ ପ୍ରଦର୍ଶନ କରା ଯାଇଛି । ଏହା ନୈରାଶ୍ୟଜନକ ଏବଂ ଉଦେ୍ଧଶ୍ୟମୁଳକ ଭାବେ ଲୁଣ୍ଠନ ପାଇଁ ଚେଷ୍ଟା କରୁଥିବା ରେଳବାଇ ବଜେଟ ଭଳି ଆମକୁ ଲାଗୁଛି ବୋଲି ବିଜେଡି ପକ୍ଷରୁ କୁହା ଯାଇଛି । ଦଳୀୟ ପ୍ରବକ୍ତା ଲେନିନ ମହାନ୍ତି କହିଛନ୍ତି ଯେ ସ୍ୱାଧୀନତା ପରେ ଓଡ଼ିଶା ପାଇଁ କେବଳ ୬ଟା ନୂଆ ରେଳ ଲାଇନ ପାଇଁ ବ୍ୟବସ୍ଥା କରାଯାଇଛି ।ଯାହା ଆଂଶିକଭାବେ (୩୦%) କାର୍ଯ୍ୟ ସମ୍ପନ୍ନ ହୋଇଛି ।
ବ୍ରିଟିଶ ଅମଳରେ ଖଣିଜାତ ଦ୍ରବ୍ୟକୁ ଚୋରି କରିବାପାଇଁ ରେଲୱେ ଲାଇନର ବ୍ୟବହାର କରାଯାଉଥିଲା । ଦୁଃଖର କଥା ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଏବେକାର କେନ୍ଦ୍ର ସରକାର ସେଇଆ ହିଁ କରୁଛନ୍ତି ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ପ୍ରତ୍ୟେକ ବର୍ଷ ଭାରତୀୟ ରେଳବାଇ ଓଡ଼ିଶାରୁ ୨୦,୦୦୦ କୋଟିର ରାଜସ୍ୱ ଆଦାୟ କରିଥାନ୍ତି । ଯଦି ୭ ବର୍ଷର ହିସାବ କରାଯାଏ ତେବେ ତାହା ହେବ ୧୪୦,୦୦୦ କୋଟି କିନ୍ତୁ ପାଇଛନ୍ତି କେତେ? ବିଗତ ସାତ ବର୍ଷରେ ଓଡ଼ିଶା ୨୦୦୦ରେ ବାର୍ଷିକ ହିସାବରେ ଆମେ ପାଇଛେ ୨୦୦୦ ଙ୍ଘ ୭ = ୧୪,୦୦୦ କୋଟି ବିଜେପିର ରାଜ୍ୟ ଏବଂ କେନ୍ଦ୍ରୀୟ ନେତୃତ୍ୱମାନେ ଉତର ଦେବା ଦରକାର ବୋଲି କହିବା ସହ ୧୪୦,୦୦୦ କୋଟି ଦେଇଥିବା ରାଜ୍ୟ ୧୪,୦୦୦କୋଟି କେଉଁ ହିସାବରେ ପାଇବେ । ଏହା ଆମ ରାଜ୍ୟପ୍ରତି ବୈମାତୃକ ମନୋଭାବର ନିଦର୍ଶନ ନୁହେଁ କି ବୋଲି ସେ ପ୍ରଶ୍ନ କରିଛନ୍ତି ।
ବିଗତ ୭ ବର୍ଷ ଭିତରେ ମାତ୍ର ଗୋଟିଏ ଜିଲ୍ଲାକୁ ନୁଆ ରେଳ ଲାଇନ ଛୁଇଁପାରିଛି । ଯଦି ଏତିକି କରାଗଲା ତେବେ ରେଳ ଲାଇନ ନଥିôବା ୬ଟି ଜିଲ୍ଲାକୁ ପାଖାପାଖି ୪୨ ବର୍ଷ ଲାଗିବ ବୋଲି ଅନୁମାନ କରାଯାଇପାରେ । ଯଦି ଦମ୍ ଅଛି ବିଜେପିର ଶୀର୍ଷ ନେତୃତ୍ୱ ଆମ ସାଙ୍ଗରେ ବିତର୍କକୁ ଆସନ୍ତୁ ବୋଲି ସେ ଆହ୍ୱାନ କରିଛନ୍ତି ।

Leave A Reply

Your email address will not be published.

eight − 3 =