ଆମେରିକା: ଆମେରିକା ରାଷ୍ଟ୍ରପତି ଜୋ-ବାଇଡେନ୍ ତାଙ୍କ ଦେଶରେ କୌଣସି ଅପରାଧିଙ୍କୁ ମୃତ୍ୟୁଦଣ୍ଡ ଦେବାର ଥିବା ପ୍ରାବଧାନକୁ ବନ୍ଦ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାଇଡେନ୍ ରାଷ୍ଟ୍ରପତି ହେବା ପୂର୍ବରୁ ନିର୍ବର୍ାଚନ ସମୟରେ ଦେଶର ଲୋକମାନଙ୍କୁ ଏଭଳି ପ୍ରତିଶୃତି ଦେଇଥିଲେ । ଆମେରିକାର ପ୍ରଥମ ରାଷ୍ଟ୍ରପତି ଭାବେ ଜୋ-ବାଇଡେନ୍ ମୃତ୍ୟୁଦଣ୍ଡକୁ ବିରୋଧ କରିଛନ୍ତି । ଏହା ସହ ମୃତ୍ୟୁଦଣ୍ଡ ନେଇ ଥିବା ଆଇନଗତ ପ୍ରାବଧାନ ହଟାଇବାକୁ ସେ ଦେଶର ଆଇନଜୀବୀମାନଙ୍କ ସହ ପରାମର୍ଶ କରିବା ଆରମ୍ଭ କରିଛନ୍ତି ।
ଏସୋସିଏଟେଡ ପ୍ରେସର ସୂଚନା ମୁତାବକ ବାଇଡେନ୍ ପ୍ରଶାସନର ଅଧିକାରୀ ମାନେ କହିଛନ୍ତି କି ଦେଶରେ ମୃତ୍ୟୁଦଣ୍ଡ ବନ୍ଦ କରିବା ପୂର୍ବରୁ ବାଇଡେନ୍ ଏନେଇ ଥିବା ଆଇନ୍ଗତ ପ୍ରାବଧାନ ଉପରେ ସମ୍ପୂର୍ଣ୍ଣ ବିଶ୍ଲେଷଣ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏନେଇ ଯଦି ବାଇଡେନ୍ ସନ୍ତୃଷ୍ଟି ପ୍ରକାଶ କରିବେ ତେବେ ଖୁବ୍ ଶୀଘ୍ର ଆମେରିକାରୁ ମୃତ୍ୟୁଦଣ୍ଡ ଦେବା ନେଇ ଥିବା କାନୁନ୍ ରଦ୍ଧ ହେବ ।
ବର୍ତମାନ ବାଇଡେନ୍ଙ୍କ ସହିତ ମୃତ୍ୟୁଦଣ୍ଡ ଆଇନ୍ ଶେଷ କରିବାକୁ ନେଇ ହୋଇଥିବା ଚର୍ଚ୍ଚାରେ ସାମିଲ୍ ହୋଇଥିବା ଅଧିକାରୀମାନେ ଏହା ଉପରେ କିଛି କହିବାକୁ ମନା କରିଦେଇଛନ୍ତି । ହ୍ୱାଇନ୍ ହାଉସ୍ର ପ୍ରେସ ସଚିବ ଜେନ୍ ପାକ୍ସି ଶୁକ୍ରବାର ଦିନ କହିଛନ୍ତି କି ଗଣମାଧ୍ୟମ ଆଗରେ ଏନେଇ କିଛି କହିବାର ସମୟ ଆସିନାହିଁ ।