ପୁଅର ଭୁଲ ପାଇଁ ବାପାର ଆତ୍ମହତ୍ୟା, ସମଗ୍ର ଅଞ୍ଚଳରେ ଶୋକର ଛାୟା

ଫୁଲବାଣୀ : ପରଠାରୁ ଗାଡି ମାଗି ଆଣ ଦୁର୍ଘଟଣାର ଶୀକାର ହେଲା ପୁଅ। ଭାଙ୍ଗିରୁଜି ଗଲା ଦାମିକା ବାଇକ। ଗାଡି ମାଲିକ ମାଗିବା କ୍ଷତିପୁରଣ ଦେଇ ନ ପାରି ବାପା କିଛି ଉପାୟ ନ ପାଇ କୀଟନାଶକ ପିଇ ଆତ୍ମହତ୍ୟା କଲା। ଏଭଳି ଦୁଃଖଦ ଘଟଣା ଘଟିଛି ଗୋଚ୍ଛାପଡା ଥାନା କିଲୁପଙ୍ଗା ଗ୍ରାମରେ। ସୂଚନା ପ୍ରକାରେ, ଏହି ଗ୍ରାମର ନବ କିଶୋର କହଁରଙ୍କ ପୁଅ ତାର ଜଣେ ସାଙ୍ଗଠାରୁ ଏକ ଦାମିକା ବାଇକ ମାଗି ଆଣିଥିଲା। ତେବେ ସଉକରେ ଏହି ଗାଡି ଚଳାଇବା ବେଲେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗିରୁଜି ଯାଇଥିଲା। ଏହି ଘଟଣା ପରେ ଗାଡି ମାଲିକ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ ଦୁର୍ଘଟଣା ଘଟାଇଥିବା ଯୁବକର ବାପା ନବ କିଶୋରଙ୍କୁ। କିନ୍ତୁ ଏତେ ଟଙ୍କା ଦେବାର ସାମର୍ଥ୍ୟ ନଥିଲା ନବକିଶୋରଙ୍କର। ଏହାକୁ ନେଇ ନବଙ୍କ ପରିବାର ଭିତରେ ବାପ ପୁଅ ଭିତରେ ମନାନ୍ତର ହୋଇଥିଲା। ରାତିରେ ଖାଇ ପିଇ ଅଲଗା ଘରେ ଶୋଇଥିଲେ ନବ କିଶୋର। ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକେ ଡାକିବାରେ ଦୁଆର ଖୋଲିଥିଲେ ନବ। ତେବେ ସେତେବେଳକୁ ସେ କୀଟନାଶକ ପିଇ ଦେଇଥିବା ଜଣାପଡିଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଚି। ଗୋଚ୍ଛାପଡା ପୁଲିସ ଏ ନେଇ ଏକ ଅପମୃତ୍ୟୁ ମାମଲା ୨ା୨୧ ରୁଜୁ କରି ତଦନ୍ତ ଚଲାଇଥିବା ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକ ଜଣାଇଛନ୍ତି।

Leave A Reply

Your email address will not be published.

15 − 3 =