ପନିପରିବା ଅଭାବୀ ବିକ୍ରି : ଚିନ୍ତାରେ ଚାଷୀ

ଯାଜପୁର,୧ ।୦୬ (ନି.ପ୍ର) : ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଯାଜପୁର ବ୍ଳକ ଏରବାଙ୍କ ଗ୍ରାମପଂଚାୟତର ଇନ୍ଦାରୋଇ ଗ୍ରାମର ବହୁ ପରିବାର ବିଭିନ୍ନ ପରିବା ଚାଷ କରି ଜୀବନ ନିର୍ବାହ କରିଥାନ୍ତି । କିନ୍ତୁ ଏବେ ପରିବା ଦର କମିବା ସହ ଏହା ଅଭାବୀ ବିକ୍ରି ଯୋଗୁଁ ଏହି ଚାଷୀ ଏବେ ଚିନ୍ତାରେ । ଏହି ଗ୍ରାମର ଚାଷିମାନେ ଏକର ଏକର ଚାଷ ଜମିରେ ଭେଣ୍ଡି, ବାଇଗଣ, ପୋଇ, ଲଙ୍କା, କଖାରୁ ଆଦି ଚାଷ କରିଥିବାର ଜଣାଯାଏ । ପ୍ରକାଶଯୋଗ୍ୟ ଏହି ଗ୍ରାମଟି କଂଟେନମେଂଟ ଜୋନ ଘୋଷଣା ହେବା ଯୋଗୁଁ ଏହି ଗ୍ରାମର ଚାଷୀମାନେ ବାହାରକୁ ପରିବା ବିକ୍ରୀ କରିବାକୁ ନଯାଇପାରି ଏବଂ ବାହାରୁ ବେପାରୀ ଏଠାକୁ ପରିବା ନେବା ପାଇଁ ନଆସିବା ଯୋଗୁଁ ଏଠାକାର ଚାଷୀମାନେ ଘୋର କ୍ଷତିଗ୍ରସ୍ତ ହୋଇଥିବାର ଜଣାପଡିଛି । ଦୀର୍ଘ ଏକ ମାସ ଧରି ପରିବା ସବୁ କ୍ଷେତରେ ନଷ୍ଟ ହେବା ସହ ଗାଈଗୋରୁ ଖାଇବା ଯୋଗ୍ୟ ହୋଇପଡିଛି । ଏବେ ବି କ୍ଷେତରେ ପନିପରିବା ପଡି ରହି ନଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ପରିବା ଚାଷ କରି ପରିବାର ପ୍ରତିପୋଷଣ କରୁଥିବା ପରିବାରକୁ କ୍ଷତିପୁରଣ ଦେବାକୁ ଗ୍ରାମର ବଳରାମ ଜେନା, ପିତାମ୍ବର ଜେନ, କାହ୍ନୁ ସାହୁ, ଗିରିଧାରୀ ବେହେରା, ଭାଗିରଥୀ ବେହେରା, ଚନ୍ଦ୍ରମଣୀ ବେହେରା, ସୁନା ଜେନା, ଜଗବନ୍ଧୁ ବାରିକ ସମେତ ଉକ୍ତ ଅଂଚଳର ବହୁ ଚାଷୀ ସରକାରଙ୍କ ନିକଟରେ ସହାୟତା ମିଳିବାକୁ ନେଇ ନିବେଦନ କରିଛନ୍ତି ।

Leave A Reply

Your email address will not be published.

seventeen − four =