ପୁରୀ: ଚଳିତ ବର୍ଷ ପଡ଼ୁନି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଗାର୍ଜୁନ ବେଶ । ମହାପ୍ରୁଭୁଙ୍କ ନାଗାର୍ଜୁନ ବେଶ ନିତୀକାନ୍ତିକୁ ନେଇ ଯେଉଁ ବିବାଦ ଦେଖାଦେଇଥିଲା । ତାହା ଆଜି ସମସ୍ତ ବିବାଦର ଅବସାନ ଘଟିଛି । ଚଳିତ ବର୍ଷ ପଡ଼ୁନି ନାହିଁ ପ୍ରଭୁଙ୍କ ନାଗାର୍ଜୁନ ବେଶ । ଏହା ସ୍ପଷ୍ଟ କରିଛନ୍ତି ଶ୍ରୀମନ୍ଦିରର ମୁକ୍ତିମଣ୍ଡପର ସଦସ୍ୟ ଏବଂ ଶ୍ରୀମନ୍ଦିର ନିତୀ ପ୍ରଶାସକ । ମୁକ୍ତି ମଣ୍ଡପ ସଦସ୍ୟ ଏବଂ ପଞ୍ଜିକାରଙ୍କ ଗଣନା ଅନୁଯାୟୀ ଚଳିତ ବର୍ଷ ନଭେମ୍ବର ମାସରେ ନାଗାର୍ଜୁନ ବେଶ ପଡ଼ୁନାହିଁ । କେତେକ କ୍ୟାଲେଣ୍ଡର ଓ ପଞ୍ଜିକାର ଭୁଲ୍ରେ ଏଭଳି ତଥ୍ୟ ଦେଇଛନ୍ତି । ଯାହାକୁ ନେଇ ଭକ୍ତ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଭଳି ବିଭ୍ରାନ୍ତିକର ତଥ୍ୟ ଦେଉଥିବା ପଞ୍ଜିକାରଙ୍କ ବିରୁଦ୍ଧରେ ଶ୍ରୀମନ୍ଦିର ପ୍ରଶାସନ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ମତ ଦେଇଛନ୍ତି ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଦସ୍ୟ । ଚଳିତ ବର୍ଷ ଶ୍ରୀମନ୍ଦିରରେ ପାଳନ ହେବାକୁ ଥିବା ବିଭିନ୍ନ ପର୍ବପର୍ବାଣୀକୁ ଅନୁମୋଦନ ନେଇ ଆଜି ହୋଇଥିବା ବୈଠକ ପରେ ଏହି ମତ ପ୍ରକାଶ ପାଇଛି । ସେହିପରି କୋହିନୂର ଏବଂ ରାଧାରମଣ ପଞ୍ଜିକା ଗଣନାକୁ ଶ୍ରୀମନ୍ଦିର ପ୍ରଶାସନ ସ୍ୱୀକୃତି ଦେଇଛି । ଉକ୍ତ ପଞ୍ଜିକାରେ ପ୍ରକାଶିତ ସମସ୍ତ ପର୍ବପର୍ବାଣୀ ଶ୍ରୀମନ୍ଦିରରେ ପାଳନ ହେବ ବୋଲି ଶ୍ରୀମନ୍ଦିର ନିତୀ ପ୍ରଶାସକ କହିଛନ୍ତି ।