କଲେଜରେ ପାଠପଢା ଆରମ୍ଭ

ଭୁବନେଶ୍ୱର: ମହାମାରୀ କରୋନା ଯୋର୍ଗୁ ଦିର୍ଘ ୧୦ ମାସରୁ ଉଦ୍ଧ୍ୱର୍ ସମୟଧରି ବନ୍ଦ ରହିବା ପରେ ଯୁକ୍ତ ତିନି ଦ୍ୱିତୀୟ ବର୍ଷ ଓ ପିଜି ପ୍ରଥମ ବର୍ଷର ପାଠପଢା ଆଜି ଠାରୁ ଆରମ୍ଭ ହୋଇଛି । ଏଥିପାଇଁ କଲେଜ୍ ଓ ବିଶ୍ୱବିଦ୍ୟାଳୟ ବ୍ୟାପକ ପ୍ରସ୍ତୁତି ହୋଇଛି । ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ୍ ବ୍ୟବସ୍ଥାକୁ କଡାକଡି ପାଳନ କରାଯାଉଛି । ଛାତ୍ରଛାତ୍ରୀ ଯେପରି ନିୟମ ପାଳନ କରିବେ ସେ ନେଇ ବିଶ୍ୱବିଦ୍ୟାଳୟ କର୍ତୃପକ୍ଷଙ୍କୁ କଡା ନିଦେ୍ର୍ଧଶ ରହିଛି । ଏଥିସହ ରାଜ୍ୟରେ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ଖୋଲୁଛି ।
ସୂଚନାଯୋଗ୍ୟ ଯେ, କରୋନା କୋପ କମିବା ପରେଶିକ୍ଷା ବ୍ୟବସ୍ଥା ସଜାଡିବାକୁ ଫୁଲ୍ ଦମ୍ରେ ଆରମ୍ଭ ହୋଇଛି ପ୍ରୟାସ । ପୂର୍ବରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଖୋଲିସାରିଥିବା ବେେଳେ ଗତ ୮ ତାରିଖରୁ ନବମ ଓ ଏକାଦଶ ଶ୍ରେଣୀ ପିଲା ସ୍କୁଲ ଯାଉଛନ୍ତି । ସକାଳ ସାଢେ ୮ଟାରୁ ସାଢେ ୧୦ଟା ଯାଏ ଦୁଇ ଘଂଟାରେ ନବମ ଓ ଏକାଦଶ ଶ୍ରେଣୀର ୩ଟି ଲେଖାଏ ପିରିୟଡ୍ ହୋଇଛି । ଏହା ପରେ ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହେଉଛି ଦଶମ ଶ୍ରେଣୀ ପାଠପଢା । ଏପ୍ରିଲ ୩୦ ଯାଏଁ ଏହି ଉଭୟ ଶ୍ରେଣୀ ପିଲାଙ୍କୁ କ୍ଲାସରୁମ୍ ଟିଚିଂ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ବିଭାଗ ନିଷ୍ପତି ନେଇଛି ।
ଏଠାରେ ସୂଚନାଯୋଗ୍ୟ ଯେ, ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଜାନୁୟାରୀ ୮ରୁ ଆରମ୍ଭ ହୋଇଥିବା ବେଳେ ଏହା ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହପରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା ବେଳେ ଏହା ଅପ୍ରେଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ସେହିପରି ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଠପଢା ଜାନୁଆରୀ ୮ରୁ ଆରମ୍ଭ ହୋଇଥିବା ବେଳେ ଅପ୍ରେଲ ୨୮ ପର୍ଯ୍ୟନ୍ତ କ୍ଲାସ ଚାଲିବ ସଂକ୍ରମଣ ରୋକିବା ପାଇଁ ସାନିଟାଇଜର, ହ୍ୟାଣ୍ଡ ୱାସ୍ ମହଜୁଦ୍ ରଖାଯାଇ ଥିବାବେଳେ ଥର୍ମାଲ ସ୍କ୍ରିନିଂ କରି ଛାତ୍ରଛାତ୍ରୀ ସ୍କୁଲ ଭିତରକୁ ଛଡାଯାଉଛି ।

Leave A Reply

Your email address will not be published.

ten − 5 =