ହୋଟେଲ ମାଲିକଙ୍କୁ ଦୁର୍ବୃତଙ୍କ ହତ୍ୟା

ରାଉରକେଲା: ମଙ୍ଗଳବାର ବିଳମ୍ବିତ ରାତ୍ରରେ ରାଉରକେଲା ସହର ଅନ୍ତର୍ଗତ ଡିଏଭି ଲେନ୍ରେ ଜଣେ ହୋଟେଲ୍ ବ୍ୟବସାୟୀ ଦୁର୍ବୃତମାନଙ୍କ ଆକ୍ରମଣରେ ଆହତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ ହୋଟେଲ୍ ବ୍ୟବସାୟୀଜଣଙ୍କ ହେଉଛନ୍ତି ସହରର ସୁପରିିଚିତ ‘ବସେରା ହୋଟେଲ୍’ର ମାଲିକ ସଜ୍ଜନ ମିତଲ୍ । ସବୁଦିନ ଭଳି ନିଜର କାର୍ଯ୍ୟ ଶେଷ କରି ଗତରାତିରେ ମଧ୍ୟ ଶ୍ରୀ ମିତଲ୍ ଘରକୁ ଫେରୁଥିଲେ । ଘର ସାମ୍ନାରେ ପହଞ୍ଚିବାକ୍ଷଣି ପୂର୍ବରୁ ପ୍ରସ୍ତୁତ ହୋଇ ଛକିଥିବା ଦୁର୍ବୃତମାନେ ଅଚାନକ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ରକ୍ତାକ୍ତ ଅବସ୍ଥାରେ ମିତଲ୍ ସେଠାରେ ପଡିଯାଇଥିଲେ । ପରିବାରବର୍ଗ ଏବଂ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ‘ଆଇଜିଏଜ୍’ ନେଇଥିଲେ । ସେଠାରେ ଚିକିତ୍ସା ଚାଲିଥିବା ବେଳେ ରାତ୍ର ପ୍ରାୟ ୩ଟା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା । ପ୍ରାପ୍ତ ସୂଚନା ଅନୁସାରେ, ମିତଲଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଏହି ଆଘାତ୍ ଗୁଳି ଚୋଟଜନିତ କି, ଧାରୁଆ ଅସ୍ତ୍ରଜନିତ ତାହା ପୋଲିସ ତଦନ୍ତ କରୁଛି । ବାସ୍ତବ କାରଣ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ ବ୍ୟବସାୟୀକ ପ୍ରତିଦ୍ୱନ୍ଦିତା କାରଣରୁ ଏହି ଆକ୍ରମଣ ସଙ୍ଗଠିତ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି । ପ୍ଲାଂଟ ସାଇଟ୍ ପୋଲିସ ମିତଲଙ୍କ ଶବ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.

4 + eighteen =