ଗୁରୁତ୍ୱପୂର୍ଣ୍ଣ ବୁଧବାର

କରୋନା ମହାମାରୀର ପ୍ରକୋପ କମିବା ସହିତ ଟିକାକରଣ ଜାରି ରହିବା ଏବଂ ରାଜ୍ୟରେ ପ୍ରାୟ ବର୍ଷାଧିକ ସମୟ ଅର୍ଥନୈତିକ କାର୍ଯ୍ୟକ୍ରମ ଓ ନିଯୁକ୍ତିି କ୍ଷେତ୍ର ସମ୍ପୂର୍ଣ୍ଣ ବ୍ୟାହତ ହେବା ପରେ କ୍ରମଶଃ ଗୋଟିଏ ପରେ ଗୋଟିଏ ଅନୁଷ୍ଠାନ ପୂର୍ବବତ ଚଳଚଂଚଳ କରାଯିବା ଦୃଷ୍ଟିକୋଣରୁ ବିଚାର କଲେ, ଫେବୃୟାରୀ ୧୦ ତାରିଖ ବୁଧବାର ଆମ ରାଜ୍ୟ ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ଦିବସ । ଏହା ସମସ୍ତେ ଜାଣନ୍ତି ଓ କହିବା ନିଷ୍ପ୍ରୟୋଜନ ଯେ, ଓଡ଼ିଶା ସୀମାନ୍ତବର୍ତୀ କୋଟିଆ ଅଂଚଳରେ ପଂଚାୟତ ନିର୍ବାଚନ କରିବାକୁ ଆନ୍ଧ୍ର ସରକାର ଚୁଡାନ୍ତ ପଦକ୍ଷେପ ନେଇସାରିଛନ୍ତି । ଏପରିକି କୋଟିଆ ଅନ୍ତର୍ଗତ ୩ଟି ଗ୍ରାମରେ ୧୩ ଏବଂ ୧୭ ତାରିଖରେ ନିର୍ବାଚନ ଲାଗି ଆନ୍ଧ୍ର ସରକାର ବିଧିବଦ୍ଧ ଘୋଷଣା କରିଥିବାରୁ ଗତ ବୁଧବାର ଓଡ଼ିଶା ପକ୍ଷରୁ ରାଜ୍ୟସରକାର ଦେଶର ସର୍ବୋଚ୍ଚ କୋର୍ଟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆନ୍ଧ୍ରର ନିଷ୍ପତି କୋର୍ଟ ଆଦେଶ ଉଲ୍ଲଂଘନ କରୁଥିବାରୁ ଏହି ମାମଲାରେ ଆନ୍ଧ୍ର ମୁଖ୍ୟ ଶାସନ ସଚିବ ଆଦିତ୍ୟନାଥ ଦାସ ବିଜୟନଗରମ୍ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ କତୃପକ୍ଷ ଡ. ଏମଏଚ ଜବାହର ଲାଲ ଓ ଆନ୍ଧ୍ର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରି ଡ.ଏନ ରମେଶ କୁମାରଙ୍କୁ ପକ୍ଷଭୂକ୍ତ କରାଯାଇଛି । ଠିକ୍ ସେହିପରି କୋଟିଆ ପ୍ରସଙ୍ଗ ନେଇ ଏହି ପିଟିସନରେ ଦର୍ଶା ଯାଇଛି ଯେ, ସୁପ୍ରମକୋର୍ଟଙ୍କ ୧୯୬୮ ଡିସେମ୍ବର ୨ ଓ ୨୦୦୬ ମାର୍ଚ୍ଚ ୩୦ର ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରମକୋର୍ଟଙ୍କ ନିର୍ଦେଶଏବେ ଆନ୍ଧ୍ର ସରକାର ଉଲ୍ଲଂଘନ କରିଛନ୍ତି । ଉଲେକ୍ଷଯୋଗ୍ୟ, କୋଟିଆ ଗ୍ରାମ ସମୁହରେ ମୋଟ ୨୧ଟି ଗ୍ରାମକୁ ନେଇ ବିବାଦ ଲାଗିରହିଥିଲେ ହେଁ ଏହି ସବୁ ଗ୍ରାମ ଓଡ଼ିଶାର ବୋଲି ଆପତକାଳୀନ ଭିତିରେ ଅବସ୍ଥିତି ନେଇ ସ୍ପଷ୍ଟ କରାଯାଇଥିଲା ବେଳେ ଉଭୟ ରାଜ୍ୟ ସ୍ଥିତାବସ୍ଥାକୁ ବଜାଇଖିବା ଲାଗି ସୁପ୍ରମକୋର୍ଟ ପ୍ରଦତ୍ ନିର୍ଦେଶ ବଳବତର ରହିଥିଲା ବେଳେ ଆନ୍ଧ୍ର ସରକାର ଏହାକୁ ଉଲ୍ଲଂଘନ କରିଥିବାରୁ ପ୍ରତିପକ୍ଷ ବିରୋଧରେ ଅଦାଲତ ଅବମାନନା ଗ୍ରହଣୀୟ । ଏହା ବ୍ୟତିତ ଆନ୍ଧ୍ରର ଅନୁପ୍ରେବେଶକୁ ରୋକିବା ଓ ସୀମାନ୍ତ ଜିଲ୍ଲା ସୁରକ୍ଷା ପାଇଁ ଉପଯୁକ୍ତ ନିର୍ଦେଶ ଦେବା ଲାଗି ଓଡ଼ିଶା ହାଇକୋର୍ଟରେ ମଧ୍ୟ ଏକ ଜନ ସ୍ୱାର୍ଥ ମାମଲା ଦାୟର କରାଯାଇଛି । ବୁଧବାରର ଆଉ ଏକ ଖୁସିର ଖବର ହେଲା ଯେ, ଏଣିକି କାଳିଆ ଦର୍ଶନ ଲାଗି କୌଣସି କଟକଣା ଲାଗୁ ହେବ ନାହିଁ । ପ୍ରତ୍ୟେକ ଦିନ ଶ୍ରୀମନ୍ଦିରରେ ଭକ୍ତମାନେ ଶ୍ରୀ ଜିୟୁଙ୍କ ଦର୍ଶନ କରିପାରିବେ । ଉଲ୍ଲେଖଯୋଗ୍ୟ, ଏ ସମ୍ପର୍କରେ ବୁଧବାର ସନ୍ଧ୍ୟାରେ ଶ୍ରୀମନ୍ଦିର କାର୍ଯ୍ୟ।ଳୟ ପରିସରରେ ମହାପ୍ରଭୂଙ୍କ ପଦ୍ମବେଶ ଦର୍ଶନ ନେଇ ଅନୁମତି ଦିୟାଜିବାକୁ ଏକ ବୈଠକ ବସୀଥିଲା । ଏଥିରେ କୁହାଯାଇଛି ଶ୍ରୀମନ୍ଦିର ଦ୍ୱାର ଖୋଲିବା ପରେ ସମସ୍ତ ପୁରୀ ସହର ବାସୀ ଓ ବ।ହର ଲୋକେ ମହାପ୍ରଭୂଙ୍କ ଦର୍ଶନ କରିପାରିବେ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଉପରୋକ୍ତ ୨ଟି ବିଷୟ ଓଡ଼ିଶା ପାଇଁ ଓ ପ୍ରତେକ ଓଡ଼ିଆଙ୍କ ଲାଗି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ପଟେ ମାନଚିତ୍ର ଉଚ୍ଛେଦ ପ୍ରଚେଷ୍ଟା ଓ ଅନ୍ୟ ପଟେ ଓଡ଼ିଆ ଜାତିର ଜଗନ୍ନାଥ ସଂସ୍କୃତି ପୂର୍ବବତ କାର୍ଯ୍ୟକାରି ହେବା ଓ ଭକ୍ତ ଆନନ୍ଦବଜାରରେ ବସି ମହାପ୍ରଶାଦ ଖାଇବା ବ୍ୟବସ୍ତା ପୁଣି କାର୍ଯ୍ୟକାରି କରାଯିବା ଅତି ଗୁରୁତ୍ୱପୂର୍ଣ୍ଣ । ଗୋଟିଏ ପଟେ ରାଜ୍ୟର ସ୍ୱଭିମାନ ଓ ସୀମାକୁ ନେଇ ମତଭେଦର ଅବସାନ ଘଟିବା ଉଚିତ । ଅନ୍ୟ ପଟେ ପ୍ରତେକ ଓଡ଼ିଆ ବହୁତ ଖୁସି ଯେ, ଶ୍ରୀମନ୍ଦିର ଭିତରେ ସେ ପାଇପାରିବ କାଳିଅ।ଙ୍କ ମହାପ୍ରସାଦ ।

Leave A Reply

Your email address will not be published.

fourteen − 8 =