ବନ୍ଦ ବେଳେ ଉତ୍ତେଜନା: ଅଫିସ୍‌ରେ ଭଙ୍ଗାରୁଜା କଲେ

ଭୁବନେଶ୍ୱର : ତୈଳଦର ବୃଦ୍ଧି ତଥା ଅନ୍ୟାନ୍ୟ ପ୍ରସଙ୍ଗରେ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ସକାଳ ୭ଟାରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି। ଯଦିଓ ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ, ତଥାପି କିଛି ସ୍ଥାନରେ ଉତ୍ତେଜନାମୂଳକ ପରିସ୍ଥିତି ଦେଖାଯାଇଥିଲା। ଏମିତି କି ଭଙ୍ଗାରୁଜା ମଧ୍ୟ ହୋଇଛି। ବନ୍ଦ ପାଳନରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ସ୍ଥିତ ଉଦ୍ୟାନ ବିଭାଗ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀମାନେ ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଦଳୀୟ କର୍ମୀମାନେ କାର୍ଯ୍ୟାଳୟ ଭିତରକୁ ଧଶେଇ ପଶିବା ସହିତ ଆସବାବପତ୍ର ଭଙ୍ଗାରୁଜା କରିଥିଲେ। ପୁଲିସ୍ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା। ଏହା ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରେ ଆନ୍ଦୋଳନକାରୀମାନେ ହାତରେ କଂଗ୍ରେସ ପତାକା ଧରି କାରରେ ଯାଉଥିବା ଜଣେ ଯାତ୍ରୀଙ୍କୁ ଜୋର ଜବରଦସ୍ତି ଅଟକାଇଥିଲେ। ଉକ୍ତ ଯାତ୍ରୀଙ୍କୁ ଗାଳିଗୁଲଜ କରିବା ସହିତ ଗାଡ଼ି ଗୋଇଠା ମାରିଥିଲେ ଓ କାଚ ଭାଙ୍ଗି ଦେଇଥିଲେ। ସେହିପରି ସକାଳେ ବାଣୀବିହାର ନିକଟରେ ଜଣେ ଡାକ୍ତରଙ୍କୁ ଅଟକାଇ ଦେଇଥିଲେ। ଅବଶ୍ୟ ପରେ ତାଙ୍କୁ ଯିବାକୁ ଦେଇଥିଲେ।

Leave A Reply

Your email address will not be published.

nine + 8 =