ଯୁବତୀଙ୍କ ଅଶ୍ଲିଳ ଭିଡିଓ ଉତ୍ତୋଳନ କରି ଯୁବକ ଗିରଫ

ପୁରୀ: ଉତ୍ତରପ୍ରଦେଶ ରାୟବରେଲିରୁ ପରିବାର ସହିତ ପୁରୀ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସିଥିବା ଜଣେ ଯୁବତୀଙ୍କର ସ୍ନାନ ସମୟର ଅଶ୍ଳୀଳ ଭିଡିଓ ଉତ୍ତୋଳନ କରିବା ଅଭିଯୋଗରେ ଟାଉନ୍ ଥାନା ପୋଲିସ୍ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଯୁବକ ଜଣକର ପରିଚୟ ହେଲା ବିକାଶ ଓରଫ ଶିବ ପ୍ରସାଦ ମହାପାତ୍ର (୨୧) । ତାର ଘର ପୁରୀ ସଦର ଥାନା ଅନ୍ତର୍ଗତ ବୀରହରେକୃଷ୍ଣପୁର ଗ୍ରାମ ଅଧିନ ମାଳିସାହି ଅଟେ । ସେ ନିଳାଚଳ ଭକ୍ତ ନିବାସରେ ଇଲେକ୍ଟ୍ରିସିଆନ୍ ରୁପେ କାର୍ଯ୍ୟ କରେ । ପୋଲିସ୍ ସୂତ୍ରରୁ ପ୍ରକାଶଯେ ଗତକାଲି ରାୟବରେଲିରୁ ଉତ୍ତରପ୍ରଦେଶରୁ ଏକ ପରିବାର ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବାକୁ ଆସିଥିଲେ । ସେମାନେ ବଡ଼ଦାଣ୍ଡ ଟାଉନ୍ ଥାନା ସମ୍ମୁଖ ନୀଳାଚଳ ଭକ୍ତ ନିବାସରେ ଦୁଇଟି ରୁମ୍ ନଂ ୦୦୬ ଓ ରୁମ୍ ନଂ ୧୦୩ରେ ବୁକ୍ କରି ରାତ୍ରିରେ ରହିଥିଲେ । ସକାଳରେ ଉକ୍ତ ପରିବାରର ଜଣେ ୨୪ ବର୍ଷିଆ ଯୁବତୀ ବାଥ୍ରୁମ୍କୁ ଗାଧେଇବା ପାଇଁ ଯାଇଥିଲେ । ସେ ବାଥ୍ରୁମ୍ରେ ଗାଧୋଉଥିବା ବେଳେ ଦେଖିବାକୁ ପାଇଥିଲେ ଝରକା ବାଟେ କେହି ଜଣେ ତାଙ୍କର ସ୍ନାନ ସମୟର ଭିଡିଓ ଫଟୋଚିତ୍ର ମୋବାଇଲ୍ ଫୋନ୍ରେ ଉତ୍ତୋଳନ କରୁଛି । ଏହା ଦେଖି ଯୁବତୀ ଜଣକ ଖୁବ୍ ଜୋର୍ରେ ପାଟି କରିଥିଲେ । ଏ ସମ୍ପର୍କରେ ଯୁବତୀ ଜଣକ ନୀଳାଚଳ ଭକ୍ତ ନିବାସର ମ୍ୟାନେଜରଙ୍କ ନିକଟରେ ଅଭିଯୋଗ କରିଥିଲେ । ଫଳରେ ମାମଲା ଯାଇ ଟାଉନ୍ ଥାନା ପୋଲିସ୍ ନିକଟରେ ପହଞ୍ଚôଥିଲା । ଖବର ପାଇ ଟାଉନ୍ ଥାନା ଆଇଆଇସି ଗୋକୁଳ ଚନ୍ଦ୍ର ଦାସ ଓ ଅନ୍ୟାନ୍ୟ ପୋଲିସ୍ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚô ତଦନ୍ତ ଆରମ୍ଭ କରିଥିଲେ । ପୋଲିସ୍ ଭକ୍ତ ନିବାସରେ ଲାଗିଥିବା ସିସିଟିଭି କ୍ୟାମେରା ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ ଗିରଫ ହୋଇଥିବା ଅଭିଯୁକ୍ତ ବିକାଶ ଯୁବତୀଙ୍କର ଲୁଚିକରି ଭିଡିଓ ଉତ୍ତୋଳନ କରୁଥିଲା । ଯୁବତୀଙ୍କ ଅଭିଯୋଗ କ୍ରମେ ପୋଲିସ୍ କେଶ୍ ନଂ ୪୧/୨୦୨୧ ଅନୁଯାୟୀ ଆଇପିସିର ଧାରା ୩୫୪ (ସି), ୫୦୯ ଏବଂ ଆଇଟି ଆକ୍ଟର ଦଫା ୬୬ (ଇ), ୬୭ କ୍ରମେ ମାମଲା ରୁଜୁ କରିଛି । କୋର୍ଟ ଅଭିଯୁକ୍ତ ଯୁବକର ଜାମିନ ନାମଞ୍ଜୁର କରିବାରୁ ପୋଲିସ୍ ତାକୁ ଜେଲ୍କୁ ପଠାଇଦେଇଛି ।

Leave A Reply

Your email address will not be published.

eleven − nine =