ଶ୍ରୀମନ୍ଦିର ଉତର ଦ୍ୱାରରେ ରକ୍ତଛିଟା

ପୁରୀ: ଶ୍ରୀମନ୍ଦିର ଉତର ଦ୍ୱାରରେ ପଡିଲା ରକ୍ତ ଛିଟା । ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍ ଯୋଗୁଁ ଘଟିଛି ଏମିତି ଏକ ଘଟଣା । ଏହି ଘଟଣାରେ ଯାତ୍ରୀ ସହାୟକ ଆହତ ହୋଇଛି । ତାଙ୍କ ନାଁ ଦାମୋଦର ଗୋଚ୍ଛିକାର ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡି ଦିଆଯାଇଛି । ସୂଚନା ଅନୁଯାୟୀ, ସୁଆର ସେବାୟତ ରାମକୃଷ୍ଣ ଖୁଂଟିଆ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କ ସହ ତାଙ୍କର ବଚସା ହୋଇଥିଲା । ଏହି ସମୟରେ ଉତକ୍ଷିପ୍ତ ରାମକୃଷ୍ଣ କୁଡୁଆରେ ଦାମୋଦରଙ୍କ ମୁଣ୍ଡକୁ ଛେଚି ଦେଇଥିଲେ । ଏ ଘଟଣା ନେଇ ସିଂହଦ୍ୱାରା ଥାନାରେ ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି । ସୁଆର ସେବାୟତ ରାମକୃଷ୍ଣ ଖୁଂଟିଆଙ୍କୁ ଅଟକ ରଖି ପଚାରାଉଚରା କରୁଥିବା ଜଣାପଡ଼ିଛି ।

Leave A Reply

Your email address will not be published.

3 × four =