ସୁଆର ସେବକଙ୍କ ମାଡରେ ଯାତ୍ରୀ ସହାୟକ ଆହତ

ପୂରୀ : ସୁଆର ସେବକଙ୍କ ମାଡରେ ଯାତ୍ରୀ ସହାୟକ ଆହତ ହୋଇଥିବାବେଳେ ସିଂହଦ୍ୱାର ଥାନାରେ ସେବକ ଅଟକ ରଖାଯାଇଛି। ଆହତ ଯାତ୍ରୀ ସହାୟକ ଦାମୋଦର ଗୋଛିକାର ଚିକିତ୍ସା ପାଇଁ ଜିଲା ସଦର ହସ୍‌ପିଟାଲ୍‌ରେ ଭର୍ତି ହୋଇଛନ୍ତି। ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍‌ ଯୋଗୁଁ ଘଟିଛି ଏମିତି ଏକ ଘଟଣା। ସିଂହଦ୍ବାରା ଥାନା ପୁଲିସ ପକ୍ଷରୁ ସେବକଙ୍କ ବିରୁଦ୍ଧରେ ମୋକଦ୍ଧମା ରୁଜୁକରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ଜଣେ ଯାତ୍ରୀ ସହାୟକ ଓ ଜଣେ ସୁଆର ସେବାୟତଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହି ଘଟଣାରେ ଯାତ୍ରୀ ସହାୟକ ଆହତ ହୋଇଛନ୍ତି। ତାଙ୍କ ନାମ ଦାମୋଦର ଗୋଚ୍ଛିକାର। ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ତେବେ ଚିକିତ୍ସା ପରେ ତାଙ୍କୁ ଡାକ୍ତରଖାନାରୁ ଛାଡ଼ି ଦିଆଯାଇଛି। ସୁଆର ସେବାୟତ ରାମକୃଷ୍ଣ ଖୁଣ୍ଟିଆ କୁଡୁଆ ନେଇ ମନ୍ଦିରକୁ ଯାଉଥିବା ସମୟରେ ଯାତ୍ରୀ ସହାୟକ ଦାମୋଦର ଗୋଚ୍ଛିକାରଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ରାମକୃଷ୍ଣ କୁଡ଼ୁଆରେ ଦାମୋଦରଙ୍କ ମୁଣ୍ଡକୁ ଛେଚି ଦେଇଥିବା ଅଭିଯୋଗ ହୋଇଛି।

Leave A Reply

Your email address will not be published.

one × 5 =