୪ ନାବାଳକଙ୍କ ଛାତିଥରା କାହାଣୀ; ଥାନାରେ ନିର୍ଘାତ ମାଡ଼ ସାଙ୍ଗକୁ ମିଳୁଛି କରେଣ୍ଟ ସକ୍‌

ମାଲକାନଗିରି : ଚୋରି ଅଭିଯୋଗରେ ରାତି ଅଧରେ ଘରୁ ଉଠାଇନେଲେ। ଏହାପରେ ଦିନରେ ଖାଇବାକୁ ଦେଉଥିବା ବେଳେ ରାତିରେ ମିଳୁଛି ନିର୍ଘାତ ମାଡ଼। ଏତିକିରେ ସରୁନି ନିର୍ଯାତନା କାହାଣୀ।  କରେଣ୍ଟ ସକ୍‌ ଦିଆଯାଉଥିବା ବେଳେ ହୋସ୍‌ ପଳାଇଲେ, ପାଣି ଢାଳି, ପିଟୁଛନ୍ତି। ଏପରି ନିର୍ଯାତନା ସହି ସହି ନାକ, କାନରୁ ବ୍ଲଡ଼ ବାହାରୁଥିବା ବେଳେ ଗୋଡ଼, ହାତ ସିଝିଯାଉଛି।  ନିର୍ଯାତନାର ଏପରି ଲୋମଟାଙ୍କୁରା କାହାଣୀ ଗଣମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି  ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଚିତ୍ରକୋଣ୍ଡା ପୁଲିସ୍‌ ଦ୍ୱାରା ଗିରଫ ହୋଇଥିବା ୪ ନାବାଳକ।ଏପରିକି ବାହାର ଲୋକ ଥାନାରେ ପଶି ମଧ୍ୟ ସେମାନଙ୍କୁ ମାଡ ମାରିଥିବା ଚାରି ନାବାଳକ  କାନ୍ଦି କାନ୍ଦି ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି।

ଗିରଫର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିବାର ନିୟମ ଥିବା ବେଳେ ଏଠାରେ କିନ୍ତୁ ନିୟମର ହୋଇଛି ଖୁଲମଖୁଲା ଉଲ୍ଲଘଂନ।  ହେଲେ ଚୋରି  ଘଟଣାରେ ୩ ଦିନ ପୂର୍ବେ ଗିରଫ କରାଯାଇଥିବା  ୪ ନାବାଳକଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.

fourteen + seventeen =