ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ ସ୍ତ୍ରୀକୁ ହତ୍ୟା

ଟିଟିଲାଗଡ଼: ମୁରିବାହାଲ ବ୍ଲକ ଗଡ଼ଗଡ଼ବାହାଲ ଗାଁ ର ଠାକୁରମୁନି ମହାନନ୍ଦଙ୍କୁ ଶାଶୁ ଘର ଲୋକେ ପିଟି ପିଟି ମାରି ଦେଇ ଥିବା ଅଭିଯୋଗ କରିଛନ୍ତି ମୃତକ ମହିଳା ର ପରିବାର ଲୋକେ । ଅଭିଯୋଗ ଅନୁଯାୟୀ ଠାକୁରମୁନି ମହାନନ୍ଦ ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ପଂଚାୟତ ବୁଣଜିପଦର ଗାଁ ର ଦୀପ୍ତି ମହାନନ୍ଦ ଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବାହା କରିଥିଲେ. ବାହାଘର ସମୟରେ କନ୍ୟା ପକ୍ଷରୁ ଯଥା ଶକ୍ତି ଯୌତୁକ ସାମଗ୍ରୀ ଦିଆଯାଇ ଥିବା ବେଳେ ଅନେକ ସମୟରେ ଅଧିକ ଯୌତୁକ ସାମଗ୍ରୀ ପାଇଁ ଶଶୁର ଘର ଲୋକେ ଠାକୁରମୁନି କୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି । ଠାକୁରମୁନି କୁ ତାର ସ୍ୱାମୀ, ଦିୟର ତଥା ନଣନ୍ଦ ପରିବାର ମିଶି ନିର୍ଯ୍ୟାତନା ଦେଉଥିବା ବେଳେ ଠାକୁରମୁନି ତିନୋଟି କନ୍ୟା ସନ୍ତାନ କୁ ଜନ୍ମ ଦେବା ମହଙ୍ଗା ପଡ଼ିଥିବା ମୃତ ମହିଳାଙ୍କ ପରିବାର ଅଭିଯୋଗ କରିଛି । ବଡ଼ ଝିଅକୁ ଆଠ ବର୍ଷ ହେଉଥିବା ବେଳେ ଦୁଇ ନମ୍ବର ଝିଅ ଛ ବର୍ଷ ର ରହିଛନ୍ତି. ତେବେ ଗତ ସାତ ମାସ ତଲେ ଆଉ ଏକ ଝିଅକୁ ଜନ୍ମ ଦେବା ଯୋଗୁଁ ପରିବାର ଭିତରେ ଅଶାନ୍ତି ଲାଗି ରହୁଥିବା ବେଳେ ଆଜି ଏହାର କରୁଣ ପରିଣତି ଦେଖିବାକୁ ମିଳିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି. ତେବେ ଘଟଣା ସମ୍ପର୍କ ରେ ଖବର ପାଇ ସିନେ୍ଧକେଲା ପୋଲିସ ଟିଟିଲାଗଡ଼ ଡାକ୍ତରଖାନା କୁ ପହଂଚି ମୃତ ମହିଳାଙ୍କ ଶବକୁ ଜବତ କରି ଛାନଭିନ୍ ଆରମ୍ଭ କରିଛି. ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି କହିଛନ୍ତି.ତେବେ ମୃତକଙ୍କ ପରିବାରର ଅଭିଯୋଗ କୁଆଧାର କରି ସିନେ୍ଧକେଲା ଥାନାରେ କେସନ ୧୩/୧୫-୦୨-୨୦୨୧, ଧାରା ୪୯୮ଇ, ୩୦୨ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.

nineteen − 5 =