୨୬ରେ ବ୍ୟବସାୟୀ ମହାସଂଘର ଭାରତ ବନ୍ଦ


ଭୁବନେଶ୍ୱର: ବିବାଦୀୟ ଜିଏସଟି ବ୍ୟବସ୍ଥା ଓ ଜିଏସଟି ଅଧିକାରୀଙ୍କ ଏକଚଟିଆ ମନୋଭାବକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ବା ସିଏଆଇଟି ଚଳିତ ମାସ ୨୬ ତାରିଖରେ ଭାରତବନ୍ଦ ଡାକରା ଦେଇଛି । ସିଏଆଇଟି ସୂଚନା ଦେଇଛି କି ଏହି ଭାରତବନ୍ଦକୁ ଦେଶର ୪୦ ହଜାରରୁ ଅଧିକ ବ୍ୟବସାୟିକ ସଂସ୍ଥା ସମର୍ଥନ ଜଣାଇଛନ୍ତି ।
ସଂଘ ପକ୍ଷରୁ କୁହାଯାଇଛି ଯେ, ସମଗ୍ର ଦେଶରେ ଥିବା ସିଏଆଇଟିର ପ୍ରତିନିଧିମାନେ ଭାରତବନ୍ଦକୁ ସଫଳ କରିବାକୁ ସୂଚୀ ପ୍ରସ୍ତୁତ କରିଛନ୍ତିି ।
ଅନ୍ୟପଟେ ଏହି ବନ୍ଦ ବେଳେ ବ୍ୟବସାୟିକ ପ୍ରତିÂାନଗୁଡିକ ବନ୍ଦ ରହିବ । କିନ୍ତୁ ଅତ୍ୟାବଶକୀୟ ସେବା ଚାଲୁ ରହିବ । ଏହାସହ ଏହି ବନ୍ଦରେ ସାମିଲ ହେବାକୁ ଅନଲାଇ୍ନ ବିକ୍ରେତା ଓ ଅର୍ଥନୀତି ସହ ଜଡିତ ସମସ୍ତ ସଂଗଠନଗୁଡିକୁ ଆହ୍ୱାନ ଦିଆଯାଇଥିବା ପ୍ରବୀଣ କହିଛନ୍ତି ।
ସୂଚନାଯୋଗ୍ୟ, ଚାଷୀ ଆନେ୍ଦାଳନ ଓ ତୈଳଦର ବୃଦ୍ଧି ନେଇ ଗତ ୩ ମାସ ମଧ୍ୟରେ ଦେଶରେ ଅନେକ ଥର ବନ୍ଦ ପାଳନ ହୋଇ ସାରିଲାଣି । ଗତକାଲି କୃଷକ ସଂଗଠନମାନେ ବି ରେଳ ରୋକ୍ କରିଥିଲେ । ଏହା ପରେ ପୁଣି ୨୬ ରେ ବ୍ୟବସାୟିକ ସଂଗଠନମାନଙ୍କ ବନ୍ଦ ଡାକରା ଦେଶର ଜନସାଧାରଣଙ୍କ ଉପରେ କି ପ୍ରଭାବ ପକାଉଛି, ତାହା ଦେଖିବାକୁବାକି ରହିଲା ।

Leave A Reply

Your email address will not be published.

four × one =