କଞ୍ଚାଆମ୍ବର ଫାଇଦା!

ଗରମ ଦିନେ କଞ୍ଚାଆମ୍ବର ମହତ୍ୱ ରହିଥାଏ। କଞ୍ଚା ଆମ୍ବ ଶରୀରରେ ପାଣିର ଅଭାବ ଦୂର କରିଥାଏ। କଞ୍ଚାଆମ୍ବରେ ଭିଟାମନ-ଏ, ସି, କେ ଏବଂ ଇ, ଫଲେଟ, କ୍ଯାଲସିୟମ, ଫସଫରସ, ଓମେଗା-୩ ଏବଂ magnesium, ଫାଇବର ରହିଥାଏ।

-କଞ୍ଚାଆମ୍ବକୁ ପାଣିରେ ସିଝାଇ ତା’ ପାଣି ପିଇବା ଅଧିକ ଗରମରୁ ରକ୍ଷା ମିଳିଥାଏ।

-କଞ୍ଚାଆମ୍ବରେ ଭିଟାମିନ-ସି ରହିଥିବାରୁ ଏହା ଶରୀରରେ ରକ୍ତ ସଂଚାଳନକୁ ସଠିକ୍ କରିଥାଏ। ଏଥିସହ ନୂତନ ରକ୍ତ କୋଷିକା ନିର୍ମାଣ କରିବାରେ ସହାୟକ ହୋଇଥାଏ।

-କଞ୍ଚାଆମ୍ବ ପାଣି ପିଇବା ଦ୍ବାରା ପେଟ ଥଣ୍ଡା ହୋଇଥାଏ। ଏଥିସହ ଖରାପ ଖାଦ୍ଯ-ପାନୀୟରୁ ମଧ୍ଯ ରକ୍ଷା ମିଳିଥାଏ।

-ଆମ୍ବ ଚଟଣୀ ହେଉ କିମ୍ବା ତରକାରୀରେ ଆମ୍ବ ବ୍ୟବହାର କରିବା ଦ୍ୱାରା ଖାଦ୍ୟ ସ୍ୱାଦ ବଢାଇବା ସହ ରୋଗ ପ୍ରତିରୋଧକ କ୍ଷମତା ବଢାଇଥାଏ।

Leave A Reply

Your email address will not be published.

3 + 17 =