ମାର୍ଚ୍ଚ ପହିଲାରୁ ବୟସ୍କଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ: ଦେଶର କେତେକ ରାଜ୍ୟରେ କରୋନା ଭୁତାଣୁ ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଆସନ୍ତା ମାର୍ଚ୍ଚ ପହିଲାରୁ ଦ୍ୱିତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏନେଇ କେନ୍ଦ୍ର କ୍ୟାବିନେଟ୍ ଆଜି ଏକ ପ୍ରସ୍ତାବିକକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ମାର୍ଚ୍ଚ ପହିଲାରୁ ୬୦ରୁ ଉଦ୍ଧ୍ୱର୍ ନାଗରିକ ମାନଙ୍କ ସହ ଗୁରୁତର ରୋଗରେ ପିଡିତ ୪୫ ବର୍ଷରୁ ଉଦ୍ଧ୍ୱର୍ ଲୋକମାନଙ୍କୁ ମାଗଣା ଟିକା ଦିଆଯିବ ।
କ୍ୟାବିନେଟର ନିଷ୍ପତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ଯେ , ମାର୍ଚ୍ଚ ୧ରୁ ୪୫ ବର୍ଷ ବୟସ୍କ ବ୍ୟକ୍ତି, ଯେଉଁମାନଙ୍କର ଗୁରୁତର ଶରୀରିକ ସମସ୍ୟା ରହିଛି ଏବଂ ୬୦ରୁ ଉଦ୍ଧ୍ୱର୍ ବୟସ୍କଙ୍କୁ କରୋନା ଟିକା ଦିଆଯିବ । ଦେଶରେ ୧୦ ହଜାର ସରକାରୀ ଟୀକାକରଣ କେନ୍ଦ୍ର ଏବଂ ୨୦.୦୦୦ ବେସରକାରୀ ଟୀକାକରଣ କେନ୍ଦ୍ରରେ ସେମାନଙ୍କୁ ଟିକା ଦିଆଯିବ ।
ସରକାରୀ ଟିକାକରଣ କେନ୍ଦ୍ରହେର ଲୋକଙ୍କୁ ମାଗଣାରେ ଟିକା ଦିଆଯିବ । ମାତ୍ର ବେସରକାରୀ ଟୀକାକରଣ କେନ୍ଦ୍ରରେ ଲୋକଙ୍କୁ ଟିକା ନେବା ପାଇଁ ଅର୍ଥ ଦେବାକୁ ହେବ । ତେବେ ଏପର୍ଯ୍ୟନ୍ତ କରୋନା ଟିକା ନେବା ପାଇଁ ଲୋକେ କେତେ ଟଙ୍କା ଦେବେ, ସେ ସମ୍ପର୍କରେ ଆସନ୍ତା ୨ କିମ୍ବା ୩ରେ ମଧ୍ୟ ଘୋଷଣା କରାଯିବା ସମ୍ଭାବନା ରହିଛି ।
ସୂଚନାଯୋଗ୍ୟ ଯେ, ଜାନୁଆରି ୧୬ରୁ ଦେଶରେ ପ୍ରଥମ ପର୍ଯ୍ୟାୟ ଟିକା କରଣ ଆରମ୍ଭ ହୋଇଥିବା ବେଳେ ଆଜି ସୁଦ୍ଧା ପ୍ରାୟ ୧,୦୭ କୋଟି ଲୋକଙ୍କୁ କରୋନା ଟିକା ଦିଆଯାଇଥିବାବେଳେ ୧୪ ବେଳେ ୧୪ଲକ୍ଷ ଲୋକ ଟିକାର ଦ୍ୱିତୀୟ ଡୋଜ୍ ନେଇ ସାରିଛନ୍ତି । ଉଲ୍ଲେଖଯୋଗ୍ୟ, ଜାନୁଆରିରେ ଭାରତରେ ଭାରତରେ କରୋନା ଟୀକାକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯାହା ପରେ ଦେଶବାସୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ଟିକା ଦିଆଯାଇଥିଲା । କରୋନା ଯୋଦ୍ଧାମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକା ଦିଆଯାଉଛି, ଯେଉଁଥିରେ ସ୍ୱାସ୍ଥ୍ୟ କର୍ମୀ, ସଫେଇ କର୍ମଚାରୀ ଏବଂ ଅନ୍ୟମାନେ ରହିଛନ୍ତି ।
ଦେଶର କେତେକ ରାଜ୍ୟରେ ଏବେ ହୁ ହୁ ହୋଇ କରୋନା ସଂକ୍ରମଣ ବଢିବା ଏବଂ ନୂଆ ଷ୍ଟେ୍ରନ୍ ଚିହ୍ନଟ ହେଉଥିବାରୁ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ, ତାମିଲନାଡୁ, ପଶ୍ଚିମବଙ୍ଗ, ଜମ୍ମୁ-କାଶ୍ମୀର, ତେଲେଙ୍ଗାନା ପାଇଁ ଉଚ୍ଚ ସ୍ତରୀୟ ବହୁ-ବିଭାଗୀୟ ଟିମ୍ ଗଠନ କରିଛନ୍ତି । କରୋନା ସଂକ୍ରମଣ ବଢୁଥିବାରୁ ଜନସ୍ୱାସ୍ଥ୍ୟ ବ୍ୟବସ୍ଥାରେ ରାଜ୍ୟମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଏହି ଟିମ୍ ଗଠିତ ହୋଇଛି ।
ତିନି ସଦସ୍ୟ ବିଶିଷ୍ଟ ବହୁ-ବିଭାଗୀୟ ଦଳ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ସହ କାର୍ଯ୍ୟ କରିବେ ଏବଂ ହଠାତ୍ କରୋନା ସଂକ୍ରମଣ ବଢିବାରେ ପ୍ରକୃତ କାରଣ କ’ଣଳ ତାହା ଜାଣିବାକୁ ଚେଷ୍ଟା କରିବେ । ସଂକ୍ରମଣକୁ ରୋକିବା ପାଇଁ ଏହି ଉଚ୍ଚସ୍ତରୀୟ ଟିମ୍ ଉଭୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟ କର୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବେ ।
କୋଭିଡ୍ ପରିଚାଳନାରେ ଏପର୍ଯ୍ୟନ୍ତ ମିଳିଥିବା ଲାଭ ଯେପରି ନଷ୍ଟ ନହୁଏ, ସେଥିପାଇଁ ସଂପୃକ୍ତ ଜିଲ୍ଲା ଅଧିକାରୀଙ୍କ ସହ ବର୍ତମାନ ଥିବା ପରିସ୍ଥିତିର ନିୟମିତ ସମୀକ୍ଷା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛି । ମହାରାଷ୍ଟ୍ର, କେରଳ, ଛତିଶଗଡ, ମଧ୍ୟପ୍ରଦେଶ, ଗୁଜୁରାଟ, ପଞ୍ଜାବ, କର୍ଣ୍ଣାଟକ୍, ତାମିଲନାଡୁ, ପଶ୍ଚିମବଙ୍ଗ ଏବଂ ଜମ୍ମୁ-କାଶ୍ମୀରରେ କରୋନା ସଂକ୍ରମଣ ବଢିବା ସହ ଆରଟି-ପିସିଆର ପରୀକ୍ଷା ହାର କମ ହୋଇଛି । ସଂକ୍ରମଣକୁ କମ କରିବା ପାଇଁ କରୋନା ପରୀକ୍ଷା ହେବା ଜରୁରୀ ବୋଲି କହିବା ସହ ଆରଟି-ପିସିଆର ପରୀକ୍ଷା ହାର ବଢାଇବା ପାଇଁ ଏହି ୭ଟି ରାଜ୍ୟକୁ କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜୁରାଟ୍, ରାଜସ୍ଥାନ, ଏବଂ ଉତର ପ୍ରଦେଶ ଭଳି ୫ଟି ରାଜ୍ୟରେ ହାଇ ଆଲର୍ଟ ଭଳି ସ୍ଥିତି ସୃଷ୍ଟି ହୋଇଛି । ସେଠାରେ କରୋନା ନିୟମ କଡାକଡି କରାଯାଇଛି । ମହାରାଷ୍ଟ୍ରରୁ ଆସୁଥିବା ବ୍ୟକ୍ତିଙ୍କୁ ସୀମାରେ କରୋନା ଟେଷ୍ଟିଂ ପାଇଁ ଉତର ପ୍ରଦେଶ, ମଧ୍ୟ ପ୍ରଦେଶ ଏବଂ ଗୁଜୁରାଟ୍ ସରକାର ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି । ସେହିପରି ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ସଂକ୍ରମଣ ବୃଦ୍ଧି ହେବାରୁ ଏହି ୨ଟି ରାଜ୍ୟରେ ରାଜ୍ୟ ସରକାର ବିଭିନ୍ନ ସହରରେ ଲକ୍ଡାଉନ୍ ଏବଂ କର୍ଫ୍ୟୁ ଜାରି କରିଛନ୍ତି ।
ରାଜସ୍ଥାନ ସରକାହର ଯୋଧପୁରରେ ୧୪୪ ଧାରା ଜାରି କରିଥିବାବେଳେ ମହାରାଷ୍ଟ୍ରର ଅମରାବତୀ, ମୁମ୍ବାଇ ନାଗପୁର, ପୁନେ, ପିମ୍ପଡି ଛିଞ୍ଚୱାଡା, ନାସିକ୍, ଔରଙ୍ଗବାଦ, ଥାନେ, ନାଭି ମୁମ୍ବାଇ, କଲ୍ୟାଣ-ଦୋମ୍ବିଭଲି, ଅକୋଲା, ୟବତମାଲ୍, ୱାଶିମ୍ ଏବଂ ବୁଲ୍ଧାନାରେ କଟକଣା କଡାକଡି କରାଯାଇଛି ।
ମହାରାଷ୍ଟ୍ର ସରକାର ଲୋକଙ୍କୁ କରୋନା ନିୟମ ମାନିବା ପାଇଁ କହିଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ପାଇଁ ଲୋକମାନଙ୍କୁୁ ଚେତାଇ ଦିଆଯାଇଛି । ରାଜ୍ୟରେ ସମସ୍ତ ପ୍ରକାର ଧାର୍ମିକ, ସାମାଜିକ ଏବଂ ରାଜନୈତିକ ସମାବେଶକୁ ବାରଣ କରାଯାଇଛି । ମଧ୍ୟପ୍ରଦେଶ ଏବଂ ଗୁଜୁରାଟରେ ବି ସତର୍କତା ବଢିଛି । ଅଧିକ ବିପଦ ଥିବା ରାଜ୍ୟମାନଙ୍କରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଏହି ୨ଟି ରାଜ୍ୟର ଥର୍ମାଲ୍ ସ୍କାନିଂ ବ୍ୟବସ୍ଥା କରାଯାଇଛି ।
ତେବେ କେନ୍ଦ୍ର ସ୍ୱାସ୍ଥ୍ର ମନ୍ତ୍ରାଳୟ ଅନୁଯାୟୀ ମହାରାଷ୍ଟ୍ର, କେରଳ, ଛତିଶଗଡ, ପଞ୍ଜାବ, ମଧ୍ୟପ୍ରଦେଶ, ଉତରପ୍ରଦେଶରେ ସଂକ୍ରମଣ ବଢିବା ଯୋଗୁଁ ସକ୍ରିୟ ମାମଲା ବୃଦ୍ଧି ହୋଇଛି । ଉତରପ୍ରଦେଶ ସରକାର ମଧ୍ୟ ଅଧିକାରୀମାନଙ୍କୁ ସଚେତନ ରହିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଉତରପ୍ରଦେଶ ଅନ୍ୟ ରାଜ୍ୟର ଯାତ୍ରୀମାନଙ୍କ ପାଇଁ ଶୀଘ୍ର ଏକ ନିଦେ୍ର୍ଧଶାବଳି ଜାରି କରିବ । ପଞ୍ଜାବରେ ମଧ୍ୟ କଟକଣା କଡାକଡି କରାଯାଇଛି । ସଂକ୍ରମଣ ବଢିବାରୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଉଭୟ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସମାବେଶ ଉପରେ କଟକଣା ଲଗାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ଅନୁଯାୟୀ ଆଭ୍ୟନ୍ତରୀଣ ସମାବେଶରେ ୧୦୦ରୁ ଅଧିକ ଏବଂ ବାହ୍ୟ ସମାବେଶରେ ୨୦୦ରୁ ଅଧିକ ଲୋକ ରହିବେନି । ଆସନ୍ତା ମାର୍ଚ୍ଚ ୧ତାରିଖରୁ ଏହି ନିଦେ୍ର୍ଧଶ କାର୍ଯ୍ୟକାରୀ ହେବ ।

Leave A Reply

Your email address will not be published.

15 − eleven =