ଭୁବନେଶ୍ୱର: ରାଜ୍ୟର ୭ଟି ସହର ସବୁଠାରୁ ପ୍ରଦୂଷିତ । ଭୁବନେଶ୍ୱର ସମେତ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି । ତେଣୁ ଏହାକୁ ନନ୍-ଆଟେନମେଂଟ ସିଟିର ଆଖ୍ୟା ଦିଆଯାଇଛି । ଏହି ସହରର ବାୟୁମଣ୍ଡଳରେ ପିଏମ୧୦ଟାରୁ ପିଏମ୨.୫ମାତ୍ରା ନିର୍ଦ୍ଧାରଣ ମାନଠାରୁ ଅଧିକ ରହୁଥିବା ଦେଖିବାକୁ ମିଳୁଛି ବୋଲି ମଙ୍ଗଳବାର ବିଧାନସଭାରେ ଉତର ରଖି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି । ଯାହା ସମସ୍ତଙ୍କ ଚିନ୍ତାକୁ ବଢାଇ ଦେଇଛି । ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସହରର ଯାନବାହାନ ଚଳାଚଳ ତଥା ଅନ୍ୟାନ୍ୟ କାରଣରୁ ବାୟୁ ପ୍ରଦୂଷଣ ହ୍ରାସ କରିବାକୁ ସରକାର ଏକ ବିସ୍ତୃତ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି । ଏଥିସହ ଏଥିପାଇଁ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ସେନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି ।