ବାଲିକୁଦା: ବାଲିକୁଦା ତହସିଲ ଅଧୀନ ମଙ୍ଗରାଜପୁର ଗାଁରେ ମଙ୍ଗଳବାର ସଂଧ୍ୟାରେ ଅଗ୍ନିକାଣ୍ଡ ଘଟି ବିଜୟ ତି୍ରପାଠୀ ଓ ନିମାଇଁ ତି୍ରପାଠୀଙ୍କର ୩ ବଖରା ଚାଳ ଘର ପୋଡି ପାଉଁଶ ହୋଇଯାଇଛି । ବିଦୁ୍ୟତ୍ ସର୍ଟ ସର୍କିଟ କାରଣରୁ ଏହା ଘଟିଥିବା ଅନୁମାନ କରାଯାଉଛି । ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ସଂଧ୍ୟାରେ ପ୍ରଥମେ ବିଜୟଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା । ପରେ ଏହା ନିମାଇଁଙ୍କ ଘରକୁ ବ୍ୟାପିଥିଲା । ନିଅାଁ ଲାଗିଥିବା ଜାଣି ଗାଁ ଲୋକେ ସେଠାରେ ପହଞ୍ଚି ନିଅାଁକୁ ଆୟତ୍ତ କରିବାକୁ ଲାଗି ପଡିଥିଲେ । ହେଲେ ନିଅାଁର ପ୍ରକୋପ ବଢି ଯାଇଥିବାରୁ ତାହା ସମ୍ଭବ ହୋଇ ପାରି ନଥିଲା । ପରେ ଖବର ପାଇ ବାଲିକୁଦା ଅଗ୍ନିଶମ କେନ୍ଦ୍ରରୁ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଅାଁକୁ ଆୟତ୍ତ କରିଥିଲେ । ତେବେ ସେତେବେଳକୁ ଘରର ସମସ୍ତ ଆସବାବ ପତ୍ର ଓ ବର୍ଷକ ପାଇଁ ସାଇତା ହୋଇ ରହିଥିବା ଖାଦ୍ୟ ପଦାର୍ଥ ଏବଂ ଲୁଗାପଟା ଜଳି ପାଇଁଶ ହୋଇ ସାରିଥିଲା ।