ରାଜ୍ୟରେ ସକ୍ରିୟ ଆକ୍ରାନ୍ତ ୬୨୩ ; ନୂଆ ପଜିଟିଭ ୮୯

ଭୁବନେଶ୍ୱର : ରାଜ୍ୟରେ ଆଉ ୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୫୩, ସ୍ଥାନୀୟ ୩୬। ମୋଟ ପଜିଟିଭ ସଂଖ୍ୟା ୩,୩୬,୯୨୪କୁ ବୃଦ୍ଧି ପାଇଛି। ୩,୩୪,୩୩୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୨୩ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ୧୯ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୧୪ ଆକ୍ରାନ୍ତ। ଅନ୍ୟ ୧୮ ଜିଲାରୁ ଏକ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅନୁଗୁଳ ୨, ବାଲେଶ୍ୱର ୯, ବରଗଡ ୬, ବଲାଙ୍ଗୀର ୬, ବୌଦ୍ଧ ୧, କଟକ ୪, ଦେଓଗଡ ୪, ଯାଜପୁର ୫, ଝାରସୁଗୁଡା ୪, କଳାହାଣ୍ଡି ୧, କେନ୍ଦ୍ରାପଡା ୧, ଖୋର୍ଦ୍ଧା ୯, ମାଲକାନଗିରି ୧, ମୟୁରଭଞ୍ଜ ୩, ନବରଙ୍ଗପୁର ୧, ପୁରୀ ୪ , ସୋନପୁର ୫, ସୁନ୍ଦରଗଡ ୮,ଷ୍ଟେଟପୁଲରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave A Reply

Your email address will not be published.

1 + 17 =