ପୁରୀରେ ୧୪୪ ଧାରା ଜାରି

ପୁରୀ- ସ୍ନାନ ଯାତ୍ରା ପାଇଁ ପୁରୀରେ ଲୋକ ଗହଳି ଏଡାଇବା ପାଇଁ ୪ ତାରିଖରୁ ୩ ଦିନ ଧରି ୧୪୪ ଧାରା ଜାରି କରା ଯିବ । ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି । ଅସନ୍ତା ୪ ତାରିଖ ରାତି ୧୦ ଟାରୁ ୬ ତାରିଖ ଦିନ ୨ଟା ଯାଏଁ ପୁରୀ ମାର୍କେଟ ଛକଠାରୁ କାକୁଡି ଖାଇ ଛକ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯିବ । ସ୍ନାନବେଦିରେ ଭକ୍ତଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ । ମହାପ୍ରଭୁଙ୍କ ସେବା, ପୂଜା, ନୀତି ପରମ୍ପରା ମୁତାବକ ଅନୁଷ୍ଠିତ ହେବ । ବଡଦାଣ୍ଡରେ ମଧ୍ୟ କଟକଣାରହିବ । ଭକ୍ତମାନେ ଘରେ ରହି ମହାପ୍ରଭୁଙ୍କ ସ୍ନାନଯାତ୍ରା ଦେଖିପାରିବେ ।

Leave A Reply

Your email address will not be published.

two × 2 =