୪ଟି ରାଜ୍ୟର ନିର୍ବାଚନ ତାରିଖ ଘୋଷଣା

ନୂଆଦିଲ୍ଲୀ: ଚାରି ରଜା୍ୟ ଓ ଗୋଟିଏ କେନ୍ଦ୍ରାଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା । ଏଥିସହ ଏହି ସମସ୍ତ ସ୍ତାନରେ ଆଜିଠାରୁ ବିଧିବଦ୍ଧ ଭାବରେ ଆଚରଣବିଧି ଲାଗୁ ହୋଇଛି ।
ଆସାମରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବ । ୨୭ ମାର୍ଚ୍ଚରେ ପ୍ରଥମ ପର୍ଯ୍ୟାୟ ମତଦାନ ହେବ । ଏପ୍ରିଲ ୧ରେ ଦ୍ୱିତୀୟ ପର୍ଯ୍ୟାୟ ମତନାତ ହେବ । ଅନ୍ତିମ ପର୍ଯ୍ୟାୟ ମତଦାନ ଏପ୍ରିଲ ୬ରେ ହେବ । ମେ ୨ରେ ଫଳାଫଳ ଘୋଷଣା ହେବ ।
ସେହିପଳି କେରଳ ଏବଂ ତାମିଲନାହୁରେ ୬ଏପ୍ରିଲ୍ରେ ହେବ ମତଦାନ ହେବ । ଗୋଟିଏ ପର୍ଯ୍ୟାୟରେ ସମସ୍ତ ଆସନରେ ମତଦାନ ହେବ ବୋଳି ସୁନୀଲ ଆରୋରା କହିଛନ୍ତି । ପୁଡୁଚେରୀରେ ମଧ୍ୟ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ ।
ପଶ୍ଚିମବଙ୍ଗରେ ୮ଟି ପର୍ଯ୍ୟାୟରେ ମତଦାନ ହେବ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ମାର୍ଚ୍ଚ ୨୭ରେ ହେବ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୧ ଏପ୍ରିଲ, ତୃତୀୟ ପର୍ଯ୍ୟାୟ ମତଦାନ ୬ ଏପି୍ରଲ ହେବ ବୋଲି ଜଣାପଡିଛି । ସେହିପରି ୧୦ ଏପ୍ରିଲରେ ଚତୃର୍ଥ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ପଞ୍ଚମ ପର୍ଯ୍ୟାୟ ମତଦାନ ୧୭ ଏପ୍ରିଲରେ ହେବ, ଷÂ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୨ରେ ହେବ, ସପ୍ତମ ପର୍ଯ୍ୟାୟ ମତଦାନ ଏପ୍ରିଲ ୨୬ ଏବଂ ଅଷ୍ଟମ ପର୍ଯ୍ୟାୟ ମତଦାନ ୨୯ ଏପ୍ରିଲରେ ହେବ ବୋଲି ସୁନୀଲ ଆରୋରା ଘୋଷଣା କରିଛନ୍ତି ।
କରୋନା ବେଳେ ବିହାର ବିଧାନସଭା ନିର୍ବାଚନ ସଫଳତାର ସହ ହୋଇଛି । ଭୋଟରଙ୍କ ସୁରକ୍ଷା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସେ କହିଛନ୍ତି । ମୋଟ୍ ୪ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ୧୮.୬୮ କୋଟି ଭୋଟର୍ସ ଦେବେ । ୨.୭ ପୋଲିଂ ବୁଥରେ ଏହି ସମସ୍ତ ଭୋଟର ମତଦାନ କରିବେ । ମୋଟ୍ ୫ଟି ରାଜ୍ୟରେ ୮୨୪ଟି ବିଧାନସଭା ଆସନରେ ମତଦାନ ହେବ ।
ତେବେ ନାମାଙ୍କନ ପତ୍ର ସମୟରେ କେବଳ ଦୁଇ ଜଣ ପ୍ରାର୍ଥୀଙ୍କ ସହିତ ପ୍ରାର୍ଥୀ ଯାଇପାରିବେ । ଭୋଟ୍ ଦେବାର ସମୟ ମଧ୍ୟ ଏକ ଘଂଟା ବୃଦ୍ଧି କରାଯାଇଛି । କରୋନା ପାଇଁ ଏହି ଅବଧି ବଢାଯାଇଛି । ବିହାର ବିଧାନସଭା ନିର୍ବାଚନ ବେଳେ ମଧ୍ୟ ସମାନ ନିୟମ କରାଯାଇଥିଲା । ମତଦାନ କେନ୍ଦ୍ରରେ ନିୟୋଜିତ ଥିବା ପୋଲିଂ ଅଧିକାରୀ ଟିକା ନେବା ଜରୁରୀ ବୋଲି ସୁନୀଲ ଆରୋରା କହିଛନ୍ତି । ପଶ୍ଚିମବଙ୍ଗର ୭୭.୪୧୩ ମତଦାନ କେନ୍ଦ୍ର ହୋଇଛି । ଯାହାକି ପୂର୍ବତୁଳନାରେ ୩୯.୬ ପ୍ରତିଶତ ବୃଦ୍ଧି କରାଯାଇଛି । ଚାରଟି ରାଜ୍ୟରେ ମତଦାନ କେନ୍ଦ୍ର ସଂଖ୍ୟା ବୃଦ୍ଧି କରାଯାଇଛି । ଆସାମାରେ ୩୩୫୩୯ ମତଦାନ କେନ୍ଦ୍ର ହୋଇଥିବା ବେଳେ ତାମିଲନାଡୁରେ ୮୮୯୩୬ ମତଦାନ କେନ୍ଦ୍ର, ପଶ୍ଚିମବଙ୍ଗରେ ୧୦୧୯୧୬ ମତଦାନ କେନ୍ଦ୍ର, କେରଳରେ ୪୦୭୭୧ ଏବଂ ପୁଡୁଚେରୀରେ ୧୫୫୯ କେନ୍ଦ୍ର ସ୍ଥାପନ ହୋଇଛି ।

Leave A Reply

Your email address will not be published.

1 × three =