ପ୍ରେମୀଯୁଗଳ ଗାଁରୁ ଫେରାର, ଖୋଜୁଛି ପୁଲିସ

ପୁରୀ: ପୁରୀ ସଦରଥାନା ଅନ୍ତର୍ଗତ କପିଳେଶ୍ୱର ପୁର ଗ୍ରାମର ଜଣେ ନାବାଳିକା ଓ ନାବାଳକ ଗାଁରୁ ଫେରାର ହୋଇଯିବା ଘଟଣା ସେହି ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ହୋଇଛି । ଦୁଇଜଣ ଯାକ ଗୁପ୍ତରେ ବିବାହ କରି ଫେରାର ହୋଇଯାଇଥିବା କୁହାଯାଇଛି । ଏ ସଂପର୍କରେ ଶିଶୁ ସୁରକ୍ଷା କାର୍ଯ୍ୟାଳୟ ଓ ସଦରଥାନା ଖୋଳତାଡ କରୁଛନ୍ତି । ନାବାଳିକାଟି ବ୍ରାହ୍ମଣ ଘରର ହୋଇଥିବା ବେଳେ ଓ ନାବାଳକଟି ଖଣ୍ଡାୟତ ଘରର ବୋଲି ଜଣାପଡିଛି । ସେମାନଙ୍କ ବୟସ ୧୪ରୁ ୧୫ ବର୍ଷ ଭିତରେ ହୋଇଥିବା ବେଳେ ଦୁଇବର୍ଷ ଧରି ପ୍ରେମ ସଂପର୍କ ରହିଥିବା ଗ୍ରାମାବାସୀମାନେ କହୁଛନ୍ତି । ନାବାଳିକାର ବାପା ଏକବର୍ଷ ହେଲାଣି ପରଲୋକ ହୋଇଥିବା ବେଳେ ବିଧବା ମାଟି ନିଃସହାୟ ଓ ଗରିବ ଶ୍ରେଣୀର ଅଟନ୍ତି । ଦୁଇପକ୍ଷ ମଧ୍ୟରୁ ଏ ସଂପର୍କରେ କୌଣସି ଥାନାରେ ଅଭିଯୋଗ ହୋଇନଥିବାରୁ ଘଟଣାଟି ଚାପି ଦେବା ପାଇଁ ଚକ୍ରାନ୍ତ ହୋଇଥିବା ଜଣାଯାଇଛି । ଏକ ମନ୍ଦିରରେ ପୁଅର ସଂପର୍କୀୟ ଥାଇ ଝିଅକୁ ଫୁଲମାଳ ପକାଇ କେଉଁଆଡେ ଚାଲିଯାଇଥିବା ସେହି ଅଂଚଳରେ ଆଲୋଚନା ହେଉଛି ।

Leave A Reply

Your email address will not be published.

2 × 3 =