୭ଦିନ ଗୃହ ପୃଥକ ବାସରେ ରହିବେ ୫ ରାଜ୍ୟ ଫେରନ୍ତା

ଭୁବନେଶ୍ୱର: ୫ଟି ରାଜ୍ୟ ତଥା ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼ ଓ ମଧ୍ୟପ୍ରଦେଶରୁ ଫେରନ୍ତା ଯାତ୍ରୀମାନେ ଏଣିକି କଡା ନଜରରେ ରହିବେ । ସେମାନଙ୍କୁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା କରାଯିବ । ଏହି ନିଦେ୍ର୍ଧଶନାମା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଏହି ୫ ରାଜ୍ୟ ଫେରାନ୍ତଙ୍କ ପାଇଁ ୭ଦିନ ବାଧ୍ୟତାମୂଳକ ଗୃହ ପୃଥକ୍ ବାସ ଲାଗୁ କରିଛନ୍ତି । କିନ୍ତୁ କୋଭିଡ୍ ରିପୋର୍ଟ ନେଗେଟିଭ୍ ଥିଲେ ଗୃହ ପୃଥକ୍ ବାସ ଜରୁରୀ ନୁହେଁ ବୋଲି କୁହାଯାଇଛି । ଏ ସଂକ୍ରାନ୍ତରେ ସବୁ ଜିଲ୍ଲାପାଳ ଓ ନଗର ନିଗମ କମିସନର, ବିଜୁ ପଟ୍ଟନାୟକ ଓ ଝାରସୁଗୁଡ଼ା ବିମାନବନ୍ଦର ନିଦେ୍ର୍ଧଶକ ଓ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ।
ପୂର୍ବରୁ ରାଜ୍ୟ ସରକାର ମହାରାଷ୍ଟ୍ର, କେରଳ, ତାମିଲନାଡ଼ୁ, ଛତିଶଗଡ଼, ମଧ୍ୟପ୍ରଦେଶ, ତେଲେଙ୍ଗାନା, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ଼, କର୍ଣ୍ଣାଟକ ଓ ଆନ୍ଧ୍ର ଫେରନ୍ତାଙ୍କୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଏଥିପାଇଁ ବିମାନବନ୍ଦର ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ସହ ରାପିଡ୍ ଆଣ୍ଟିଜେନ୍ କିଟ୍ ପରୀକ୍ଷା କରିବା ଲାଗି କୁହାଯାଇଥିଲା ।
ଏହି ନିଦେ୍ର୍ଧଶନାମା ପ୍ରକାଶ ପାଇବାର ଗୋଟିଏ ଦିନ ପରେ ରାଜ୍ୟ ସରକାର ଏହି ୧୨ ରାଜ୍ୟ ଫେରନ୍ତାଙ୍କ ପାଇଁ ୭ଦିନ ବାଧ୍ୟତାମୂଳକ ଗୃହ ପୃଥକ୍ ବାସ ଲାଗୁ କରିଥିଲେ । ଆର୍ଟି-ପିସିଆର୍ ନମୁନା ପଜିଟିଭ୍ ଚିହ୍ନଟ ହେଉଥିବା ବ୍ୟକ୍ତିଙ୍କୁ କୋଭିଡ୍ ଚିକିତ୍ସା ପ୍ରୋଟୋକଲ୍ ଅନୁସାରେ ଚିକିତ୍ସା କରାଯିବ । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ବାଧ୍ୟତାମୂଳକ କରାଯାଇଛି । ଏହାସହ ଜିଲ୍ଲାସ୍ତରରେ ଆର୍ଟି-ପିସିଆର୍ ନମୁନା ପରୀକ୍ଷା ବଢ଼ାଇବା ଓ କରୋନା ସଚେତନତା କାର୍ଯ୍ୟକ୍ରମକୁ ମିସନ୍ ମୋଡ୍ରେ ଆଗେଇନେବା ଲାଗି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଦେ୍ର୍ଧଶ ଦିଆଯାଇଛି ।

Leave A Reply

Your email address will not be published.

13 − six =