ଏବେ ଠୁ ଏତେ ଆଗକୁ କେତେ

ଯାଜପୁର : ମାର୍ଚ୍ଚ ମାସ ଆରମ୍ଭ ହୋଇନାହିଁ ତଥାପି ଖରାର ପ୍ରକୋପ ଅସହ୍ୟ ହେଲାଣି । ତାତି ଦିନ ୧୧ ଟା ଠାରୁ ଏତେ ମାତ୍ରାରେ ଖରା ହେଉଛି ଯେ ରାସ୍ତାରେ ଯିବା ଆସିବା ମଧ୍ୟ କଷ୍ଟ ସାଧ୍ୟ ହେଉଛି । ଗଛଟିଏ ପାଇଲେ ଟିକିଏ ଛାଇ ପାଇଁ ମଣିଷ ଟିକେ ବିଶ୍ରାମ ନେବାକୁ ବାଧ୍ୟ ହେଉଛି । ଏପରିସ୍ଥଳେ ରାସ୍ତା ପ୍ରସସ୍ତ କରିବା ଆଳରେ ସହର ଠାରୁ ଆରମ୍ଭ କରି ଗାଁ ଗାଁରେ ଗଛ ସବୁ କାଟି ଦିଆଯାଉଥିବାରୁ ରାସ୍ତାରେ ଯିବାଆସିବା ଲୋକେ ଖରାର ଦାଉରୁ ଆଉଟୁ ପାଉଟୁ ହେଉଛନ୍ତି । ଗଛ କଟାର ପ୍ରଭାବ ପରିବେଶ ଉପରେ ପଡିବା ସହିତ ଦିନକୁ ଦିନ ବାୟମୁଣ୍ଡଳ ଉତପ୍ତ ହୋଇପଡୁଛି । ଏହା ସଂଗେ ସଂଗେ ନଦୀ ନାଳର ଜଳସ୍ତର କମି କମି ଯାଉଛି । ଖରାର ପ୍ରଭାବରେ ଗାଁ ଗଣ୍ଡାରେ ଥିବା କୂଅ, ଗଡିଆ, ପୋଖରି ସବୁ ଏବେଠୁ ଶୁଖିବାକୁ ବସିଲାଣି ଯାହାର ପ୍ରଭାବ ମଣିଷ ସମାଜ ସମେତ ପଶୁପକ୍ଷୀଙ୍କ ଉପରେ ପଡିବାର ଦେଖାଦେଇଛି । ଆଗକୁ ତାପମାତ୍ରା ଆହୁରି ବଢିବାର ଆଶଙ୍କା ଥିବାବେଳେ ଗାଁ ଗଣ୍ଡା ଚାରିଆଡେ କଂକ୍ରିଟ ରାସ୍ତା କରାଯାଉଥିବାରୁ ଲୋକେ ଚାଲି ଚାଲି ଯିବା କଷ୍ଟକର ହୋଇପଡୁଛି ତା ସହିତ ଢଳେଇ ରାସ୍ତା ପାଇଁ ଗରମର ମାତ୍ରା ଦ୍ୱିଗୁଣିତ ହେଉଛି । ଯାହାଫଳରେ ତାପମାତ୍ରାର ପ୍ରଭାବ ସିଧାସଳଖ ଜୀବଜଗତ ଉପରେ ବଡୁଛି । ତେଣୁ ସମସ୍ତେ ପରିବେଶ ପ୍ରତି ଯତ୍ନବାନ ହେବା ଜରୁରୀ ବୋଲି ବୁଦ୍ଧଜୀବିମାନେ ମତବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.

two × one =