ଆରଡିରେ ଶିବରାତ୍ରୀ ପାଇଁ ୧୪୪ ଧାରା

ଭଦ୍ରକ: ବିନା ଭକ୍ତରେ ଆରଡିରେ ହେବ ଜାଗର ଯାତ୍ରା । ବାବା ଆଖଣ୍ଡଳମଣିଙ୍କ ଜାଗର ଯାତ୍ରାରେ ପ୍ରତିବର୍ଷ ଭଦ୍ରକର ଆରଡିରେ ହଜାର ହଜାର ଶ୍ରଦ୍ଧାହଳୁଙ୍କ ସମାଗମ ହୁଏ । ଦୋକାନ ବଜାର ପଡେ । ହେଲେ ଏଥର କରୋନା ଯୋଗୁଁ ବାବାଙ୍କ ପୀଠକୁ ନା ଭକ୍ତ ଆସିବେ ନା ଦୋକାନ ବଜାର ପଡିବ । ବିନା ଭକ୍ତରେ କେବଳ ଶିବରାତ୍ରୀର ନୀତିକାନ୍ତି କରାଯିବ । ଭୋର ସାଢେ ୪ଟା ବେଳେ ମହାଦୀପ ଉଠିବ । ଜାଗରର ଗୋଟିଏ ଦିନ ଆଗରୁ ଆରଡିରେ ୧୪୪ ଧାରା ଜାରି କରାଯିବ । ବାବା ଆଖଣ୍ଡଳମଣିଙ୍କ ପୀଠରେ ୧୦ ତାରିଖ ସକାଳ ୭ଟାରୁ ୧୨ ତାରିଖ ସକାଳ ୭ଟା ଯାଏଁ ୧୪୪ ଧାରା ବଳବତର ରହିବ । କରୋନା କଟକଣା ଭିତରେ ଜାଗର ଯାତ୍ରା ପାଳନ କରିବା ପାଇଁ ଭଦ୍ରକ ଜିଳ୍ଲାପାଳ ନିଦେ୍ର୍ଧଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଧବଳେଶ୍ୱରଙ୍କ ପୀଠରେ ଜାଗରରେ ଲାଗୁ ହେବ ୧୪୪ ଧାରା । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଆଠଗଡ ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି ।
କେବଳ ପୀଠରେ ପୂଜକମାନଙ୍କ ଦ୍ୱାରା ନୀତିକାନ୍ତି କରାଯାଇ ରାତି ୧୨ଟା ପରେ ଉଠିବ ମହାଦୀପ । ଆଠଗଡ ଉପଜିଲ୍ଲାପାଳ ଓ ପୂଜକଙ୍କୁ ନେଇ ଆୟୋଜିତ ବୈଠକରେ ଏହି ନିଷ୍ପତି ନିଆଯାଇଛି । ବୈଠକରେ ଆଠଗଡ ଉପଜିଲ୍ଲାପାଳ, ପୂଜକ ସମିତି ସଭାପତି, ସଂପାଦକ, ଚୌଦ୍ୱାର ଏସଡିପିଓଙ୍କ ସହ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ ।
ଫଳରେ ଫୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥ ମନ୍ଦିରରେ ଚଳିତ ବର୍ଷ କୋଭିଡ୍ ୧୯ କଟକଣା ଭିତରେ ପାଳିତ ହେବ ପଙ୍କଉଦ୍ଧାର ଓ ଜାଗରଯାତ୍ରା । ସିମୀତ ସଂଖ୍ୟକ ସେବାୟତଙ୍କୁ ନେଇ ଆସନ୍ତା ୯ତାରିଖରେ ପଙ୍କଉଦ୍ଧାର ହେବ । ତେବେ ଗମ୍ଭୀରା ଭିତରକୁ ପ୍ରବେଶ କରି ଦର୍ଶନ ଉପରେ କଟକଣା ଲାଗୁ କରାଯାଇଛି । ଶ୍ରୀଲୋକନାଥଙ୍କ ମନ୍ଦିରକୁ ପ୍ରବେଶ ସ୍ଥାନରେ ଭକ୍ତଙ୍କ ଥର୍ମାଲ ସ୍କ୍ରିନିଂ ସହ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାର ବାଧ୍ୟତାମୂଳକ ରହିଛି । ଜାଗର ଯାତ୍ରା ଦିନ ରାତ୍ର ୧୨ଟା ପରିବର୍ତେ ଭୋର ୪ଟାରୁ ଦର୍ଶନ ଆରମ୍ଭ ହୋଇ ରାତ୍ର ୧୨ଟା ପର୍ଯ୍ୟନ୍ତ ଚାଲିବ । ଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ, ସେବାୟତଙ୍କ ସହ ଆଲୋଚନା ପରେ ଏହି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.

five + ten =