କାନ୍ଦି କାନ୍ଦି ଚାଲିଗଲା ନବବଧୂ ଜୀବନ

ବିନିକି: ହାତଗଣ୍ଠି ପଡି ସାରିଥିଲା । ବେଦୀ ଉପରେ ଅଗ୍ନିକୁ ସାକ୍ଷୀ ରଖି ମନ୍ତ୍ର ଉଚ୍ଚାରଣ କରି ଉଭୟ ସାତ ଜନ୍ମର ସାଥୀ ବି ହୋଇ ସାରିଥିଲେ । କେବଳ ବାପ ଘରୁ ଗୋଡ କାଢି ନିଜ ନୂଆ ଜୀବନରେ ପାଦ ଥାପିବାକୁ ବାହାରିଥିଲା ନବବଧୂ । ହେଲେ ନୂଆ ସଂସାରରେ ପାଦ ଦେବା ନିମନ୍ତେ ଆଖିରେ ଆଖିଏ ସ୍ୱପ୍ନ ଥିବା ବେଳେ ବାପ ଘର ଲୋକଙ୍କୁ ଛାଡି ଚାଲିଯିବାର ଦୁଃଖ ବି ଘାରୁଥିଲା । ଶେଷରେ ନିଜ ଲୋକ ପର ହୋଇଯିବେ ଭାବି କାନ୍ଦି କାନ୍ଦି ଶେଷରେ ଚାଲିଗଲା ନବବଧୂ ଜୀବନ । ଏପରି ଦୃଦୟ ବିଦାରକ ଘଟଣାହ ବିନିକା ଥାନା ଜୁଲୁଣ୍ଡା ଗାଁରେ ଘଟିଛି ।
ଜୁଲୁଣ୍ଡା ଗାଁରେ ଜଣେ ଯୁବତୀଙ୍କର ଗତକାଲି ବାହାଘର ସରିଥିଲା । ଆଜି ସକାଳୁ ବିଦା ହେବା ବେଳେ କାନ୍ଦି କାନ୍ଦି ଆଚେତ୍ ହୋଇପଡିଲେ କନ୍ୟା । ପରିବାର ଲୋକ ଡାକ୍ତରଖାନା ନେଇଯାଇଥିବା ବେଳେ ମୃତ ଘୋଷଣା କଲେ ଡାକ୍ତର । ହୃଦଘାତରେ କନ୍ୟାର ମୃତ୍ୟୁ ହୋଇଥିବା ଡାକ୍ତରଙ୍କ ସୂଚନା ।

Leave A Reply

Your email address will not be published.

twenty + three =