୧୨ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ

ମୁମ୍ବାଇ: ଦିବଗଂତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତୁ୍ୟ ମାମଲା ସହ ଜଡିତ ଡ୍ରଗ୍ସ କୋଣର ତଦନ୍ତ କରି ତାଙ୍କର ପୂର୍ବତନ ପ୍ରେମିକା ରିୟା ଚକ୍ରବର୍ତୀଙ୍କ ସମେତ ୩୩ ଜଣଙ୍କ ନାମରେ ଚାର୍ଜସିଟ୍ ଦାଖଲ କରିଛି ନାର୍କୋଟିକ୍ସ କଂଟ୍ରୋଲ୍ ବ୍ୟୁରୋ (ଏନ୍ସିବି) । ମାର୍ଚ୍ଚ ୫ ତାରିଖରେ ସ୍ୱତନ୍ତ୍ର ଏନ୍ଡିପିଏସ୍ କୋର୍ଟରେ ୧୪ ହଜାର ପୃଷ୍ଠା ସମ୍ବଳିତ ଏକ ଚାର୍ଜସିଟ୍ ଏନ୍ସିବି ଦାଖଲ କରିଥିବା ସୂଚନା ରହିଛି । ରିୟା ଏବଂ ତାଙ୍କ ଭାଇ ସୌଭିକ୍ ଚକ୍ରବର୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇ ଏନ୍ସିବି ମୁଖ୍ୟ ସମୀର ୱଙ୍କ୍ଖେଡେ ନିଜେ ଅଦାଲତରେ ଏହି ଚାର୍ଜସିଟ୍ ଦାଖଳ କରିଛନ୍ତି ।
ଗତବର୍ଷ ଅଗଷ୍ଟ ମାସରେ ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ସ କୋଣର ତଦନ୍ତ କରି ଏନ୍ସିବି ୨ଟି ମାମଲା ପଞ୍ଜିକୃତ କରିଥିଲା । ଫଳରେ ସୁଶାନ୍ତଙ୍କ ଲିଭ୍-ଇନ୍ ପାର୍ଟନର ରିୟାଙ୍କ ସହ ତାଙ୍କ ଭାଇ ସୌଭିକ୍ଙ୍କୁ ଗିରଫ କରାଯାଇଥିଲା । ପରବର୍ତୀ ମୁହୂର୍ତରେ ସେମାନଙ୍କୁ ଜାମିନ୍ ପ୍ରଦାନ କରାଯାଇଛି । କେବଳ ରିୟା ଓ ତାଙ୍କ ଭାଇଙ୍କୁ ନୁହେଁ, ବରଂ ଏହି ମାମଲା ସହ ଜଡିତ ସମୁଦାୟ ୩୪ ଜଣଙ୍କୁ ଗିରଫ କରିଥିଲା ଏନ୍ସିବି । ଏହି ମାମଲାରେ ସଂପୃକ୍ତ ଆହୁରି ୫ ଜଣଙ୍କୁ ଏପର୍ଯ୍ୟନ୍ତ ଧରାଯାଇ ନାହିଁ ବୋଳି ସୂଚନା ରହିଛି ।
ଏହି ମାମଲାରେ ଏନ୍ସିବି ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ଦୀପିକା ପାଦୁକୋନ୍, ରାକୁଲ୍ ପ୍ରୀତି ସିଂ, କରିସ୍ମା ପ୍ରକାଶ ଏବଂ ଅନ୍ୟାନ୍ୟ ସେଲିବି୍ରଟିଙ୍କୁ ମଧ୍ୟ ପଚରାଉଚରା କରିଥିଲା । ଏନ୍ସିବି ବ୍ୟତୀତ ସେଂଟ୍ରାଲ୍ ବ୍ୟୁରୋ ଅଫ୍ ଇନ୍ଭେଷ୍ଟିଗେସନ୍ (ସିବିଆଇ) ଓ ପ୍ରବର୍ତନ ନିଦେ୍ର୍ଧଶାଳୟ (ଇଡି) ଏହି ମାମଲାର ଆର୍ଥôକ ଦିଗରେ ତଦନ୍ତ କରୁଛନ୍ତି । ଉଲ୍ଲେଖଯୋଗ୍ୟ, ୨୦୨୦ ମସିହା ଜୁନ୍ ୧୪ ତାରିଖରେ ମୁମ୍ବାଇରେ ବାନ୍ଦ୍ରାସ୍ଥିତ ନିଜ ବାସଭବନକୁ ଉଦ୍ଧାର ହୋଇଥିଲା । ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଝୁଲନ୍ତା ମୃତଦେହ । ଶରୀର ବ୍ୟବଚ୍ଛେଦ ଓ ବହୁ ତଦନ୍ତ ପରେ ଏହା ଏକ ଆତ୍ମହତ୍ୟା ମାମଲା ବୋଲି ସ୍ପଷ୍ଟ ହେବା ପରେ ସୁଶାନ୍ତଙ୍କ ବାପା ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ରିୟାଙ୍କ ନାମରେ ଅଭିଯୋଗ ଆଣି ତାଙ୍କ ପୁଅର ମୃତ୍ୟୁ ପାଇଁ ରିୟା ଦାୟୀ ବୋଲି କହିଥିଲେ । ସେବେଠାରୁ ତଦନ୍ତ ଜୋର୍ ଧରିଛି । ଧୀରେ ଧୀରେ ରିୟା ବେଆଇନ୍ ଡ୍ରଗ୍ସ କାରବାରରେ ସଂପୃକ୍ତ ଥିବା କଥା ବି ସାମ୍ନାକୁ ଆସିଥିଲା ।

Leave A Reply

Your email address will not be published.

13 + fourteen =