ଫୁଲବାଣୀ,୨ ।୦୬(ନି.ପ୍ର.): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହାନୁଭୂତି ନେଇ କନ୍ଧମାଳ ଜିଲ୍ଲା ଶ୍ରମ ବିଭାଗ ଅଧିକାରୀଙ୍କ ପାଖରେ ପଂଚାୟତ ସ୍ତରରୁ ବ୍ଲକ, ପୌର ପରିଷଦ, ମୁ୍ୟନିସିପାଲିଟି ଅଂଚଳର ଶ୍ରମିକମାନେ ବିଭିନ୍ନ ପ୍ରଶାସନିକ କାର୍ଯ୍ୟରେ ଶ୍ରମଦାନ କରି ଦୈନିକ ମଜୁରୀ ପ୍ରାପ୍ତ ହୋଇଥାନ୍ତି । ଏଥପାଇଁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ପାଖରେ ପଞ୍ଜିକୃତ କରି ଶ୍ରମିକ କାର୍ଡ ଖଣ୍ଡେ କରିଥାନ୍ତି । ତାହା ପ୍ରତ୍ୟେକ ବର୍ଷ ପୁନରୁଦ୍ଧାର ପାଇଁ ନବୀକରଣ କରିଥାନ୍ତି । ଅବହେଳିତ ଶ୍ରମିକମାନେ କରିନଥିବା ଦୃଷ୍ଟାନ୍ତ ରହିଛି । ଅନ୍ୟପକ୍ଷରେ ଆଉ କ’ଣ ଅସୁବିଧା ହୋଇଛି ତାହା ପ୍ରଶାସନିକ ସ୍ତରରେ ମୁଣ୍ଡବ୍ୟଥାର କାରଣ ହେବା ପରିବର୍ତେ ଜିଲ୍ଲା ଶ୍ରମଅଧିକାରୀ ଜଣକ ଲାଭଖୋର ମନୋବୃତିକୁ ଆପଣାଇ ନେଇଥିବା ଅଭିଯୋଗ ହେଉଛି । ବର୍ତମାନ ପରିପ୍ରେକ୍ଷୀରେ ଜିଲ୍ଲାର ଦାଦନ ଶ୍ରମିକ, ସ୍ଥାନୀୟ ଶ୍ରମିକମାନଙ୍କ ତଦାରଖ କରିବା ଦାୟିତ୍ୱ ଜିଲ୍ଲା ଶ୍ରମବିଭାଗ ଅଧିକାରୀଙ୍କ ଏହି ଦାୟିତ୍ୱରେ କନ୍ଧମାଳ ଜିଳ୍ଲାର ଦାରିଙ୍ଗିବାଡି ବ୍ଲକରେ ନିର୍ମାଣ ଶ୍ରମିକ ଫାଉଣ୍ଡେସନ ଡିପାର୍ଟମେଂଟ ଅଫ୍ ନାମରେ ଶ୍ରମିକ ଶୋଷଣ ବାଟମାରଣ ନୀତି ନେଇ ମୁଖ୍ୟମନ୍ତ୍ରୀ ତଦନ୍ତ ନିର୍ଦେଶ ଦେବାଲାଗି ଦୃଢ଼ ଦାବି ହେଉଛି ।