ସିପିଆଇ(ଏମଏଲ)ର ସାଧାରଣ ସଭା

ରାୟଗଡ: ରାୟଗଡ ଜିଲ୍ଳା କୋଲନରା ବ୍ଳକର ଦୁନ୍ଦିଲି ଗ୍ରାମ ପଂଚାୟତ ଅନ୍ତର୍ଗତ ପାତ୍ରପୁଟ ଗ୍ରାମ ଠାରେ ସିପିଆଇ (ଏମଏଲ)ତରଫରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ରାମଚନ୍ଦ୍ର ମିଣିଆକାଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିବା ଏହି ସଭାରେ ମୁଖ୍ୟତଃ ମୁନିଗୁଡା, କୋଲନରା, ବିଷମକଟକ,ରାୟଗଡ ଜୋନର ବିଶାଖାପାଟଣମ-ଟିଟିଲାଗଡ ରେଳପଥ ଜମି ଅଧିଗ୍ରହଣ ଜମିହରାମାନଙ୍କୁ କ୍ଷତିପୂରଣ ପାଇବା ସହ ଜଙ୍ଗଲ ଜମି ଘରଡିହ ପଟ୍ଟା,ବାର୍ଦ୍ଧକ୍ୟ ଭତା,ରାସନ କାର୍ଡ ପାଇବା ଦାବିରେ ଆଜିର ସାଧାରଣ ସଭାରେ ସିପିଆଇ(ଏମଏଲ)ଲିବେରସନର ଜିଲ୍ଳା ସଂପାଦକ ତିରୁପତି ଗମାଙ୍ଗ ନିଜର ବକ୍ତବ୍ୟ ରଖିଥିଲେ । ଏଥିସହ ରାଜ୍ୟ କମିଟି ସଭ୍ୟ ରାମଚନ୍ଦ୍ର ପ୍ରାସ୍କା,ମୂର୍ତି ମିଣିଆକା, ଆଚ୍ଛାନା ମାଣ୍ଡାଙ୍ଗି, ଜାଗାମ୍ମା ହିମିରିକା,ମୋହନ ହିମିରିକା,କାଳିଆମଣି ପିର୍ବାକା,ଅର୍ଜୁନ ଶବର,କେଶବ ହିମିରିକା, ତ୍ରିନାଥ ଉର୍ଲାକା, ପ୍ରଦୀପ ଜେନା,ଶିବା ହିମିରିକା,ଲିଙ୍ଗରାଜ ପେଦେଂଟି,ଆସିରିଶା ଅଟକା ପ୍ରମୁଖ ଉପସ୍ଥିତ ରହିଥିଲେ । ଆସନ୍ତା ୧୫ତାରିଖ ସୁଦ୍ଧା ଜମିହରାମାନଙ୍କୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦିଆ ନ ଗଲେ ଜିଲ୍ଳାପାଳ ଓ ତହସିଲ କାର୍ଯ୍ୟାଳୟ ଘେରାଉ କରାଯିବାର ସଭାରେ ନିଷ୍ପତି ହୋଇଥିବା ନେଇ ରାମଚନ୍ଦ୍ର ପ୍ରାସ୍କା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

four × four =