ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମଗୃହ, ଶୌ·ଳୟ ନିର୍ମାଣ ଦାବି

ପୁରୀ : ରାଜ୍ୟ ସରକାର ପର୍ଯ୍ୟଟନ କ୍ଷେତ୍ର ଉପରେ ଅଧିକ ଗୁରୁତ୍ୱ ଦେଉଥିବା ବେଳେ ଚିଲିକା ଓ ସମୁଦ୍ରର ସଂଗମ୍ ସ୍ଥଳ ତଣ୍ଡାକୂଳକୁ ପ୍ରତିଦିନ ଶହଶହ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକମାନେ ଆସି ଚିଲିକାରେ ପକ୍ଷୀ ବିଚରଣ ଉପଭୋଗ କରିବା ସହିତ ସାତପଡାଠାରେ ଡଲଫିନ୍ ଦେଖିବା ଓ ତଣ୍ଡାକୂଳକୁ ଯାଇ ଚିଲିକା ଓ ସମୁଦ୍ରର ଦୃଶ୍ୟ ଦୈନଦିନ ଶହଶହ ପର୍ଯ୍ୟଟକ ଉପଭୋଗ କରୁଥିବା ଜଣାପଡିଛି । ପର୍ଯ୍ୟଟକମାନଙ୍କ ପାଇଁ ବିଶ୍ରାମଗୃହ ଓ ଶୌ·ଳୟ, ପାନୀୟଜଳ ବ୍ୟବସ୍ଥା ନଥିବାରୁ ପର୍ଯ୍ୟଟକମାନେ ବହୁଅସୁବିଧାର ସମୁଖୀନ ହେଉଛନ୍ତି । ରୈଦ୍ରତାପ ସମୟରେ ଠାକୁ ଠାଆ ବରଡା ପକାଯାଇ ବିଭିନ୍ନ ଦୋକାନ କରିଥିବା ଉଠାଦୋକାନି ମାନଙ୍କ ବରଡାତାଟି ତଳେ ପର୍ଯ୍ୟଟକମାନେ ଆଶ୍ରୟ ନେଉଛନ୍ତି । ବିଶେଷକରି ମହିଳା ପର୍ଯ୍ୟଟକମାନେ ବହୁଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେନ୍ଦ୍ର ଓ ରାଜ୍ୟସରକାର ପର୍ଯ୍ୟଟନସ୍ଥଳୀକୁ ଆକର୍ଷଣ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତଣ୍ଡାକୂଳରେ ପର୍ଯ୍ୟଟକମାନଙ୍କ ପାଇଁ କୌଣସି ସୁବିଧା କରାଯାଉନଥିବାରୁ ଆଖପାଖ ଗ୍ରାମବାସୀ ଶିପକୁଦ, ଆଳୁପାଟଣା, ସାତପଡା ଅଂଚଳର ଜନସାଧାରଣଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଦୈନଦିନ ସାତପଡା, ଆଳୁପାଟଣା, ଶିପକୁଦ ଗ୍ରାମକୁ ଶହଶହ ପର୍ଯ୍ୟଟକ ଚାରିଚକିଆ ଯାନରେ ଆସି ସେଠାରୁ ଡଙ୍ଗା ସାହାଯ୍ୟରେ ଚିଲିକାରେ ଭ୍ରମଣ କରିବା ସହିତ ପକ୍ଷୀମାନଙ୍କ ଦୃଶ୍ୟ, ଡଲଫିନ୍ ଦେଖି ତଣ୍ଡାକୂଳରେ ଘଣ୍ଟାଘଣ୍ଟା ଧରି ଚିଲିକା ଓ ସମୁଦ୍ରର ଦୃଶ୍ୟକୁ ଉପଭୋଗ କରନ୍ତି । ରାତ୍ର ଯାପନ ପାଇଁ ବିଶ୍ରାମଗୃହ ନଥିବାରୁ ସଂଧ୍ୟା ହେଲେ ପର୍ଯ୍ୟଟକ ଓ ଉଠାଦୋକାନୀମାନେ ତଣ୍ଡାକୂଳରୁ ଫେରିଯାଆନ୍ତି । ତୁରନ୍ତ ରାଜ୍ୟସରକାର ତଣ୍ଡାକୂଳରେ ଯାତ୍ରୀ ବିଶ୍ରାମଗୃହ, ଶୌ·ଳୟ, ପାନୀୟଜଳ ବ୍ୟବସ୍ଥା କରିବାକୁ ଆଖାପାଖ ଗ୍ରାମବାସୀଙ୍କ ସହିତ ଚିଲିକାକୁ ଆସୁଥିବା ପର୍ଯ୍ୟଟକମାନେ ଦାବିକରିଛନ୍ତି ।

Leave A Reply

Your email address will not be published.

7 − 5 =