୧୦ରୁ ଜାତୀୟ ଟେନିସ କ୍ରିକେଟ ଚାମ୍ପିୟନସିପ

ଭୁବନେଶ୍ୱର: ପଞ୍ଚମ ସିନିୟର ଜାତୀୟ ଟେନିସ କି୍ରକେଟ ଚାମ୍ପିୟନସିପ(ଉଭୟ ପୁରୁଷ ଓ ମହିଳା) ଆସନ୍ତା ୧୦ତାରିଖରୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବୋଲି ଟେନିସ କି୍ରକେଟ ଆସୋସିଏସନ ଅଫ ଇଣ୍ଡିଆର ସାଧାରଣ ସମ୍ପାଦକ ରିଂଟୁ ମିତ୍ର ସୂଚନା ଦେଇଛନ୍ତି ।
ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଶ୍ରୀ ମିତ୍ର କହିଛନ୍ତିଯେ, ଭାରତୀୟ ଟେନିସ କି୍ରକେଟ ଆସୋସିଏସନ ତରଫରୁ ଓଡିଶା ରାଜ୍ୟ ଟେନିସ କି୍ରକେଟ ଆସୋସିଏସନ ଏହି ଚମ୍ପିୟନସିପ ଆୟୋଜନ କରୁଛି । ସେଂଚୁରିଆନ ବିଶ୍ୱବିଦ୍ୟାଳୟ ଏବଂ ନହରକଂଟା ସ୍ଥିତ ଜୟଦେବ କଲେଜ ପରିସରରେ ଏହି ଚମ୍ପିୟନସିପ ଅନୁଷ୍ଠିତ ହେବ । ସେଂଚୁରିଆନ ବିଶ୍ୱବିଦ୍ୟାଳୟ ପରିସରରେ ପୁରୁଷ ଟେନିସ କି୍ରକେଟ ଚମ୍ପିୟନସିପ ଏବଂ ଜୟଦେବ କଲେଜ ପରିସରରେ ମହିଳା ଟେନିସ କି୍ରକେଟ ଚମ୍ପିୟନସିପ ଅନୁଷ୍ଠିତ ହେବ । ଏହି ଜାତୀୟ ଚମ୍ପିୟନସିପରେ ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ୩୨ଟି ଟିମ୍ ଅଂଶ ଗ୍ରହଣ କରିବେ । ଏଥିରେ ୪୦୦ ଖେଳାଳୀ ଏବଂ ୧୦୦ଜଣ କର୍ମକର୍ତା, କୋଚ ଏବଂ ପରିଚାଳକ ଯୋଗଦେବେ । ଚମ୍ପିୟନସିପରେ ଓଡିଶା ସମେତ ଝାଡଖଣ୍ଡ, ଛତିଶଗଡ, ପଶ୍ଚିମବଙ୍ଗ, ଆସାମ, ତେଲେଙ୍ଗାନା, ଅରୁଣାଚଳପ୍ରଦେଶ, ତି୍ରପୁରା, ବିହାର, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ଲାକ୍ଷାଦ୍ୱୀପ, ତାମିଲନାଡୁ, ମହାରାଷ୍ଟ୍ର, ଦାଦା୍ରା ନଗର ହାବେଳୀ, ଡାମନ ଓ ଡିଉ, ରାଜସ୍ଥାନ, ବିଦର୍ଭ, ମୁମ୍ବାଇ, ଜାମ୍ମୁକାଶ୍ମୀର, କର୍ଣ୍ଣାଟକ, ଉତରପ୍ରଦେଶ, ଉତରାଖଣ୍ଡ, ହରିୟାନା, ଗୁଜୁରାଟ, ପୁଡୁଚେରୀ, ପାବ, ଚଣ୍ଡୀଗଡ, ହିମାଚଳପ୍ରଦେଶ, ଦିଲ୍ଲୀ ଏବଂ ଗୋଆର ଟିମ ଅଂଶ ଗ୍ରହଣ କରିବେ । ଆସନ୍ତା୧୪ ତାରିଖ ଦିନ ସେଂଚୁରିୟନ ବିଶ୍ୱବିଦ୍ୟାଳୟ ପରିସରରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଜାତୀୟ ଟେନିସ କି୍ରକେଟ ଚମ୍ପିୟନସିପରେ ପ୍ରଥମ ଥର ପାଇଁ ଓଡିଶା ମହିଳା ଟିମ ଅଂଶ ଗ୍ରହଣ କରୁଥିବା ବେଳେ ଗତ ୨୦୧୬ମସିହାରେ ଗଠିତ ଓଡିଶା ଟିମ ଇତି ମଧ୍ୟରେ ୪ଥର ଜାତୀୟ ପ୍ରତିଯୋଗିତାରେୀ ଫାଇନାଲରେ ଖେଳିବାର ସୁଯୋଗ ପାଇଛି । ମାତ୍ର ଚମ୍ପିୟନ ହୋଇପାରିନାହିଁ । ଆସନ୍ତା ଚମ୍ପିୟନସିପରେ ଓଡିଶା ଟିମ ଚମ୍ପିୟନ ହେବ ବୋଲି ସେ ଦୃଢ ଆଶା ପ୍ରକଟ କରିଛନ୍ତି । ଗ୍ରାମାଞ୍ଚଳର ପ୍ରତିଭାକୁ ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇବା ଭାରତୀୟ ଟେନିସ କି୍ରକେଟ ଆସୋସିଏସନର ଳକ୍ଷ ବୋଲି ଶ୍ରୀ ମିତ୍ର କହିଛନ୍ତି । ଓଡିଶା ରାଜ୍ୟ ଟେନିସ କି୍ରକେଟ ଆସୋସିଏସନ ସହ ରାଜ୍ୟର ୧୯ଟି ଟିମ ସହ ବନ୍ଧିତ ବୋଲି ସେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମ୍ିଳନୀରେ ବିଜୟ ରତ୍ନାକର, ବାସୁଦେବ ଓଝା, ରାଗିଣୀ ମିତ୍ର, ସାଜନ ସିଂହ, ସଞ୍ଜୟ ଭାଇ ଓ ଅଖିଳେଶ ତିୱାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen − nine =