ରାଜ୍ୟର ୨୩ଟି ସ୍ଥାନ ସର୍ବାଧିକ ପ୍ରଦୁଷିତ

ନୂଆଦିଲ୍ଲୀ: ଦେଶରେ ୧୧୨ଟି ସର୍ବାଧିକ ପ୍ରଦୂଷିତ ସ୍ଥାନ ମଧ୍ୟରୁ ଓଡ଼ିଶାରେ କେବଳ ୨୩ଟି ସ୍ଥାନ ରହିଛି । କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ପକ୍ଷରୁ ନିକଟରେ ପ୍ରକାଶିତ ଏକି ରିପୋର୍ଟରେ ଏହା କୁହାଯାଇଛି । ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶରେ ଅଦ୍ୟାବଧି ୧୧୨ଟି ପ୍ରଦୂଷିତ ସ୍ଥଳ ରହିଛି । ଏହିସବୁ ପ୍ରଦୂଷିତ ସ୍ଥଳଗୁଡିକ ବିଷାକ୍ତ ଓ ବିପଜ୍ଜନକ ବସ୍ତୁମାନଙ୍କ ଦ୍ୱାରା ଦୂଷିତ ହୋଇସାରିଛି । ସେଥିମଧ୍ୟରୁ ସର୍ବାଧିକ ୨୩ଟି ପ୍ରଦୂଷିତ ସ୍ଥଳ ଓଡ଼ିଶାରେ ରହିଛି । ଓଡ଼ିଶାର ୨୩ଟି ପ୍ରଦୂଷିତ ସ୍ଥଳ ତାଲିକାରେ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୭ଟି ରହିଥିବା ବେଳେ ଅନୁଗୁଲ ଓ ସୁନ୍ଦରଗଡ଼ ଜିଲ୍ଲାରେ ୪ଟି ଲେଖାଏଁ, ସମ୍ବଲପୁର ଓ ଗଂଜାମ ଜିଲ୍ଲାରେ ୩ଟି ଲେଖାଏଁ, ଝାରସୁଗୁଡ଼ା ଓ କଟକ ଜିଲ୍ଲାରେ ଗୋଟିଏ ଲେଖାଏଁ ପ୍ରଦୂଷିତ ସ୍ଥଳ ରହିଛି । ଦେଶର ପ୍ରଦୂଷିତ ସ୍ଥଳନେଇ ଗତବର୍ଷ ଜୁଲାଇ ୧ ତାରିଖରେ କେନ୍ଦ୍ର ପ୍ରଦୂଷଣ ବୋଡ ପକ୍ଷରୁ ଜାତୀୟ ସର୍ବେକ୍ଷଣ ଆରମ୍ଭ ହୋଇଥିଲା । ଏହି କ୍ରମରେ ଓଡ଼ିଶାର ୨୩ଟି ପ୍ରଦୂଷିତ ସ୍ଥଳରୁ ୩ଟି ସ୍ଥଳରେ ସଫେଇ କାର୍ଯ୍ୟ ଆରମ୍ଭ ହୋଇଥିବା ସିପିସିବିର ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଏହି ସଂଖ୍ୟା ସହିତ ଓଡ଼ିଶା ଶୀର୍ଷରେ ରହିଥିବା ବେଳେ ଉତରପ୍ରଦେଶ ଦ୍ୱିତୀୟ ଓ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି । ଉତରପ୍ରଦେଶର ୨୧ଟି ପ୍ରଦୂଷିତ ସ୍ଥଳ ରହିଥିବା ବେଳେ ଦିଲ୍ଲୀରେ ୧୧ଟି ସ୍ଥଳ ରହିଛି ।

Leave A Reply

Your email address will not be published.

20 − seven =