ବନାଗ୍ନିର ନିୟନ୍ତ୍ରଣ ପାଇଁ ୨୪ ଘଂଟିଆ କାର୍ଯ୍ୟକ୍ରମ ଉପରେ ମୁଖ୍ୟ ସଚିବଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଗତ ୪ରୁ ୫ ମାସ ମଧ୍ୟରେ ବର୍ଷା ହୋଇନଥିବାରୁ ଚଳିତ ବର୍ଷ ରାଜ୍ୟର କେତେକ ସ୍ଥାନରେ ବନାଗ୍ନି ଦେଖାଦେଇଛି । ଏହାର ନିୟନ୍ତ୍ରଣ ଏବଂ ନିର୍ବାପନ ପାଇଁ ତତ୍କ୍ଷଣାତ ସମନ୍ୱିତ ଭାବେ କାର୍ଯ୍ୟ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆଜି ରାଜ୍ୟ ଲୋକସେବା ଭବନରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନାଗ୍ନି ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ, ଏସପି ଏବଂ ବନଖଣ୍ଡ ଅଧିକାରୀମାନଙ୍କ ସହ ବାସ୍ତବ ସ୍ଥିତି ଏବଂ ବନାଗ୍ନି ନିୟନ୍ତ୍ରଣ ପାଇଁ ଉଦ୍ଧିଷ୍ଟ ନିର୍ଦ୍ଧାରିତ କାର୍ଯ୍ୟଧାରା(ଏସ୍ଓପି)ର କାର୍ଯ୍ୟାନ୍ୱୟନ ସମୀକ୍ଷା କରି ଶ୍ରୀ ମହାପାତ୍ର ଏହି ନିଦେ୍ର୍ଧଶ ଦେଇଛନ୍ତି । ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା ବନାଗ୍ନି ପାଇଁ ଏସ୍ଓପିର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ଆର୍ଥôକ, ବୈଷୟିକ ଓ ପ୍ରଶାସନିକ ବ୍ୟବସ୍ଥା ବାବଦରେ ସବିଶେଷ ସୂଚନା ଦେଇଥିଲେ । ବନାଗ୍ନି ନିୟନ୍ତ୍ରଣ ଓ ନିର୍ବାପନରେ ଓଡ୍ରାଫ, ଅଗ୍ନିଶମ ସେବା ସଂସ୍ଥା ୟୁନିଟ୍, ଜଙ୍ଗଲ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଯୁଦ୍ଧକାଳୀନ ଭିତିରେ ୨୪ ଘଂଟିଆ କାମ ଜାରି ରଖିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଥିଲେ । ଏହି କାମରେ ବନ ସଂରକ୍ଷଣ ସମିତି, ପଂଚାୟତିରାଜ ଅନୁଷ୍ଠାନ ଜଙ୍ଗଲ ନିକଟବର୍ତୀ ଗ୍ରାମବାସୀ, ଇକୋ-କ୍ଲବ ଏବଂ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନଙ୍କୁ ସକି୍ରୟଭାବେ ସାମିଲ କରିବା ପାଇଁ ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ । ଜଙ୍ଗଲ ଅଂଚଳରେ ୨୪ ଘଂଟିଆ ପେଟ୍ରୋଲିଂ ଜାରି ରଖିବା ସହ ଅନ୍ଲାଇନ ସତର୍କ ସୂଚନାର ପ୍ରୟୋଗ କରି ନିଆଁ ଏବଂ ଧୂଆଁ ଆଦି ସ୍ଥାନର ଚିହ୍ନଟ ସହ ତତ୍କ୍ଷଣାତ ପଦକ୍ଷେପ ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶରେ ଗଠନ କରାଯାଇଥିବା ରାଜ୍ୟସ୍ତରୀୟ ଟାକ୍ସଫୋର୍ସ ପ୍ରତିଦିନ ବନାଗ୍ନି ସ୍ଥିତିର ସମୀକ୍ଷା କରିବେ । ସେଥିପାଇଁ ଜିଲ୍ଲା ଓ ବନଖଣ୍ଡ ସ୍ତରରେ ଅଧିକ ସ୍କ୍ୱାଡର଼୍ ଗଠନ କରି ସ୍ଥିିତିର ନିୟନ୍ତ୍ରଣ ଓ ପରିଚାଳନା କରିବାକୁ ଶ୍ରୀ ମହାପାତ୍ର ନିଦେ୍ର୍ଧଶ ଦେଇଥିଲେ । ନିଆଁ ଲିଭାଇବା ସହ ସମ୍ଭାବ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିବାକୁ ଉନ୍ନୟନ କମିଶନର ଶ୍ରୀ ଜେନା ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

three × 4 =