ଶିମିଳିପାଳରେ ଆୟତ ହେଉଛି ନିଆଁ: ଅନ୍ୟଠି ବଢୁଛି

ଭୁବନେଶ୍ୱର : ରାଜ୍ୟର ବନାଗ୍ନି ପରିସ୍ଥିତି ବର୍ତମାନ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ଫରେଷ୍ଟ ଫାୟାର ଟାସ୍କ ଫୋର୍ସ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କୁହାଯାଇଛି । ତେବେ ଭାରତୀୟ ବନ ସର୍ବେକ୍ଷଣର ତଥ୍ୟାନୁସାରେ ଗତକାଲି ୪୯୭ଟି ବନାଗ୍ନି ପଏଂଟ ଥିବା ବେଳେ ଆଜି ୧୦୪୮ ସାଟେଲାଇଟ୍ ଆଧାରିତ ବନାଗ୍ନି ପଏଂଟ ପଞ୍ଜୀକରଣ ହୋଇଛି । ଅପରପକ୍ଷରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଇଲାକା ମଧ୍ୟରେ କେବଳ ୫ଟି ବନାଗ୍ନି ପଏଂଟ ରିପୋର୍ଟ ହୋଇଛି , ଯାହାକି ଗତ ୨ ଦିନ ମଧ୍ୟରେ ୨୬ ଓ ୨୪ ରହିଥିଲା । ଶିମିଳିପାଳର କିଛି ଅଂଶ ଗତକାଲି ବର୍ଷା ହେବାରୁ ନିଆଁ ଆୟତ ହୋଇପାରିଛି । ଆଇ.ଏମ୍.ଡି, ଭୁବନେଶ୍ୱରର ଆକଳନ ଅନୁଯାୟୀ ଆଗାମୀ ୩ ଦିନରେ ଅଧିକାଂଶ ଅଂଚଳରେ ମଧ୍ୟବର୍ତୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି, ଯାହା ଜଙ୍ଗଲ ଅଗ୍ନି ହ୍ରାସ ପାଇଁ ସକରାତ୍ମକ ଦିଗ ହେବ ବୋଲି ଟାସ୍କ ଫୋର୍ସ ଅଧ୍ୟକ୍ଷ ସନ୍ଦୀପ ତ୍ରିପାଠୀ କହିଛନ୍ତି । ନିଆଁକୁ ଆୟତ କରିବା ପାଇଁ ଅଧିକ ଫାୟାର ୱାଚରଙ୍କ ଯୋଗଦାନ, ଦ୍ୱିଗୁଣିତ ପରିମାଣର ଲିଫ୍ ବ୍ଲୋୟର ବ୍ୟବହାର, ଗ୍ରାମବାସୀଙ୍କ ଯୋଗଦାନ ଏବଂ ଏକତ୍ରୀକରଣ ସହିତ କ୍ଷେତ୍ର କର୍ମଚାରୀଙ୍କ ଦିନରାତି ଉଦ୍ୟମ ନିଆଁକୁ ଆୟତ କରିବାରେ ସାହାଯ୍ୟ କରୁଛି ।୪ଟି ଓଡ୍ରାଫ୍ ଦଳ ସ୍ଥାନରେ ବର୍ତମାନ ୨୫ ଜଣ ସଦସ୍ୟ ବିଶିଷ୍ଟ ୮ଟି ଓଡ୍ରାଫ୍ ଦଳ ନିୟୋଜିତ ହୋଇଛନ୍ତି ।

Leave A Reply

Your email address will not be published.

5 × one =