Happy anniversary ଅମିତାଭ ଓ ଜୟା

ମୁମ୍ବାଇ:- ବଲିଉଡ ସେହେନ୍ସା ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ବିବାହକୁ ୪୬ ବର୍ଷ ପୂରା ହୋଇଛି। ୪୭ତମ ବିବାହ ବାର୍ଷିକୀରେ ଜୟାଙ୍କ ସହ କିଛି ଫଟୋ ସେୟାର କରି ଅମିତାଭ ତାଙ୍କ ବିବାହର ସିକ୍ରେଟ ବିଷୟରେ ତାଙ୍କ fansଙ୍କୁ ଜଣାଇଛନ୍ତି। ଅମିତାଭଙ୍କ ଫିଲ୍ମ ଜଞ୍ଜିର ସୁପରହିଟ୍ ‌ହୋଇଥିଲା ସେ ଲଣ୍ଡନ ଯିବେ ସ୍ଥିର କରିଥିଲେ। ଏକଥା ସେ ତାଙ୍କ ବାପାଙ୍କୁ ଜଣାଇଥିଲେ। ତାଙ୍କ ବାପା ଯେତେବେଳେ ପଚାରିଥିଲେ ଲଣ୍ଡନ ତୁମେ କାହା ସଙ୍ଗେ ଯିବ?

ସେତେବେଳେ ଅମିତାଭ ଯେଉଁ ଉତ୍ତର ଦେଇଥିଲେ ତାହା ଶୁଣି ତାଙ୍କ ବାପା କହିଥିଲେ କି ତୁମେ ଯଦି ତାଙ୍କ ସହ ଲଣ୍ଡନ ଯିବ, ତାହାଲେ ତାଙ୍କୁ ତୁମେ ବିବାହ କର ନହେଲେ ତୁମେ ଯାଇ ପାରିବ ନାହିଁ। ବାପାଙ୍କ ଆଜ୍ଞା ପରେ ସେ ସେ ଜୟାଙ୍କୁ ବିବାହ କରିଥିଲେ।

ଅମିତାଭ ନିଜେ ଫଟୋ ପୋଷ୍ଟ କରିବା ସହିତ କ୍ୟାପସନରେ ତାଙ୍କ ବିବାହର ସିକ୍ରେଟ ବିଷୟରେ କହିଛନ୍ତି। ଅମିତାଭଙ୍କ ଏହି ପୋଷ୍ଟ instagramରେ ବହୁତ ଭାଇରାଲ ହେବାରେ ଲାଗିଛି। ଏହି ଫଟୋକୁ କିଛି ଘଣ୍ଟା ମଧ୍ୟରେ ୫ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଛନ୍ତି। ‘ବଂଶୀ ବିରଜୁ’ ଅମିତାଭ ଓ ଜୟାଙ୍କ ପ୍ରଥମ ଫିଲ୍ମ ଥିଲା। ଅମିତାଭ ଜୁନ ୩, ୧୯୭୩ରେ ଜୟାଙ୍କୁ ବିବାହ କରିଥିଲେ।  

Leave A Reply

Your email address will not be published.

5 × three =