ବୁଧବାର ସ୍ଥଳ ଭାଗ ଛୁଇଁବ ବାତ୍ୟା ‘ନିସର୍ଗ’

ନୂଆଦିଲ୍ଲୀ- ମାଡି ଆସୁଛି ସାମୁଦ୍ରିକ ବାତ୍ୟା ନିସର୍ଗ ।ବୁଧବାର ଅପରାହ୍ନରେ ମହରାଷ୍ଟ୍ର ଉପକୂଳ ମୁହାଁଇଥିବା ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ସମ୍ଭାବ୍ୟ ବାତ୍ୟା ଆଲିବାଗର ଦକ୍ଷିଣ- ଦକ୍ଷିଣପଶ୍ଚିମକୁ ୧୫୫ କିଲୋମିଟର ଦୂର ଏବଂ ମୁମ୍ବାଇର ଦକ୍ଷିଣ- ପଶ୍ଚିମର ୨୦୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି । ତେଣୁ ମହାରାଷ୍ଟ୍ର ଓ ଗୁଜୁରାଟରେ ହାଇଆଲର୍ଟ ଜାରି ସହ ତଳିଆ ଓ ବସ୍ତି ଅଂଚଳରେ ବସବାସ କରୁଥିବା ଲୋକାମନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ସ୍ଥଳଭାଗ ଛୁଇଁବା ଅବ୍ୟବହିତ ପୂର୍ବରୁ ବାତ୍ୟା ପ୍ରଭାବରେ ମହାରାଷ୍ଟ୍ର ରାଇଗଡ ଜିଲ୍ଲା ଅନ୍ତର୍ଗତ ଆଲିବାଗ, ମୁମ୍ବାଇ ଏବଂ ଏହାର ମେଟ୍ରୋପଲିଟାନ ଅଂଚଳରେ ମଙ୍ଗଳବାର ସନ୍ଧ୍ୟାରୁ ବର୍ଷା ଜାରି ରହିଛି ।

Leave A Reply

Your email address will not be published.

twenty − 5 =