ଦୁଇ ବାଇକ୍ ମୁହାଁମୁହିଁ, ଜଣେ ମୃତ

ବାଲିକୁଦା: ରବିବାର ସକାଳ ଦଶଟା ସମୟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଏଥିରେ ଜଣକର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିବା ଖବର ମିଳିଛି । ବନ୍ଦର ସାମୁଦ୍ରିକ ଥାନା ଅନ୍ତର୍ଗତ ମାଙ୍କଡ଼ଖିଆ ଠାରେ ଏହି ଘଟଣା ଘଟିଛି । ଥାନାଧିକାରୀ ଜଗତସିଂହପୁର ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହିତ ୬/୨୧ ରେ ଏକ ମାମଲା ରୁଜୁ କରାଯାଇଛି । ମିଳିଥିବା ସୂଚନା ମୁତାବକ ମରିଚିପୁର ପଞ୍ଚାୟତ ଧନୁହର ବେଲାରୀ ଗାଁର ଶେଷଦେବ ନାୟକଙ୍କ ପୁଅ ସାଗର(୩୦) ତାଙ୍କ ଓଡି୨୧ ଏଫ୍ ୬୧୬୭ ନମ୍ବର ବିଶିଷ୍ଟ ହିରୋ ଗ୍ଲେମୋର ବାଇକ ଯୋଗେ ନିଜ ଗାଁରୁ ଗଣ୍ଡକୁଳ ତାଙ୍କ ପିଉସୀ ଘରକୁ ଦିନ ପ୍ରାୟ ସାଢେ ଦଶଟା ସମୟରେ ଯାଉଥିବା ବେଳେ ବିପରୀତ ଦିଗରୁ ନହରଣାରୁ ମରିଚପୁରକୁ ଓଡି୨୧କେ ୦୭୭୬ ନମ୍ବର ବିଶିଷ୍ଟ ଏକ ପଲ୍ସର୍ ବାଇକ ଯୋଗେ ଫେରୁଥିବା ମରିଚିପୁର ଗାଁର ରମେଶ ସ୍ୱାଇଁଙ୍କ ପୁଅ ବଇନ ଓରଫ୍ ବିକାଶ ସ୍ୱାଇଁ(୨୫)ଙ୍କ ସହ ଉକ୍ତ ସ୍ଥାନରେ ମୁହାଁମୁହିଁ ଧକ୍କା ହୋଇଥିଲାା ଫଳରେ ଉଭୟ ଗୁରୁତର ଭାବେ ଆହତ ହୋଇଥିଲେ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ପଠାଇଥିଲେ । ସାଗରଙ୍କ ଅବସ୍ଥା ଉଦ୍ବେଗ ଜନକ ଥିବାରୁ ତାଙ୍କୁ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ସେହିପରି ଆହତ ବଇନକୁ ଚିକିତ୍ସା ପାଇଁ ପ୍ରଥମେ ବାଲିକୁଦା ଓ ପରେ କଟକ ପଠାଇଦିଆଯାଇଛିା ସେପଟେ ସାଗରର ବାଇକକୁ ପୁଲିସ ଜବତ କରି ଥାନାକୁ ନେଇଥିବା ବେଳେ ଦୂର୍ଘଟଣା ଘଟାଇଥିବା ବଇନର ପଲସର ବାଇକକୁ ପରିବାର ଲୋକେ ଘଟଣା ସ୍ଥଳରୁ ନେଇ୍ାଇଥିବା ବେଳେ ପୁଲିସ ବାଇକଟିକୁ ଜବତ କରି ପାରି ନଥିବା ଜନା ପଡିଛି ।

Leave A Reply

Your email address will not be published.

nineteen − fourteen =