ପଞ୍ଚମ ଦିନ ବି ଗୃହ ଅଚଳ କଲେ

ଭୁବନେଶ୍ୱର: ଧାନକିଣାରେ ଅବବ୍ୟସ୍ଥା ଏବଂ ବିଧାୟକଙ୍କ କ୍ଷମା ଦାବି କରି ଆଜି କ୍ରମାଗତ ପଞ୍ଚମ ଦିନପାଇଁ ଉଭୟ ଶାସକ ଓ ବିରୋଧୀ ଦଳ ବିଧାନସଭାକୁ ଅଚଳ କରିଦେଇଛନ୍ତି । ଫଳରେ ବାଚସ୍ପତି ଶ୍ରୀ ସୂର୍ଯ୍ୟନାରାୟଣ ପାତ୍ର ୨ଥରରେ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ।
ଆଜି ଗୃହର କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ଉଭୟ ବିରୋଧୀ ଓ ଶାସକ ଦଳ ହଟ୍ଟଗୋଳ କରିଥିଲେ । ବିରୋଧୀ ଦଳ ପକ୍ଷରୁ ମଣ୍ଡି ଅବ୍ୟବସ୍ଥାକୁ ଗୃହର ମଧ୍ୟଭାଗରେ ଜୋରଦାର ହଟ୍ଟଗୋଳ କରିଥିବା ବେଳେ ଆତ୍ମହତ୍ୟା ଉଦ୍ୟମ ପାଇଁ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ ବୋଲି ଦାବି କରି ଶାସକଦଳର ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଚାଲିଆସି ହଟଗୋଳ କରିଥିଲେ । ପରିସ୍ଥିତି ଅଣାୟତ ହୋଇପଡିବାରୁ ବାଚସ୍ପତି ଗୃହକୁ ପ୍ରଥମେ ଦିନ ୧୨ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ପୁର୍ନ୍ନବାର ପୁଣି ୧୨ଟାରେ ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିବାରୁ ବାଚସ୍ପତି ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।

Leave A Reply

Your email address will not be published.

6 + 14 =