ଖୋର୍ଦ୍ଧା: ଭାରତୀୟ ଜୀବନ ବୀମା ନିଗମ ଖୋର୍ଦ୍ଧା ଶାଖାର କର୍ମ·ରୀମାନେ ମିଳିତ ମଂଚର ଆହ୍ୱାନ କ୍ରମେ ତିନି ଦଫା ଦାବୀ ନେଇ ଶାଖା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେମାନଙ୍କ ଦାବୀ ଗୁଡ଼ିକ ହେଲା ଭାରତୀୟ ଜୀବନ ବୀମା ନିଗମରୁ ପୁଞ୍ଜି ପ୍ରତ୍ୟାହାରକୁ ବିରୋଧ, ବିଦେଶୀ ପୁଞ୍ଜି ନିବେଶ ଶତକଡ଼ା ୪୯ ଭାଗରୁ ଶତକଡ଼ା ୭୪ଭାଗ ବୃଦ୍ଧିକୁ ବିରୋଧ ଏବଂ ତୁରନ୍ତ ମଜୁରି ସଂଶୋଧନ ନହେବା ପ୍ରତିବାଦରେ ଖୋର୍ଦ୍ଧା ଜୀବନ ବୀମା ଶାଖା ସଭାପତି ରୁଦ୍ରଧଳ ସାମନ୍ତ , ଶାଖା ଉପସଭାପତି ଶୁଭେନ୍ଦୁ ଶେଖର ବିଜୟସିଂହ, ଶାଖା ସମ୍ପାଦକ ସଂଜୟ କୁମାର ସାମଲ, ଶାଖା ସହସମ୍ପାଦକ ବିଜୟ କୁମାର ସ୍ୱାଇଁ ଏବଂ ସୁବାଷ ଚନ୍ଦ୍ର ସ୍ୱାଇଁଙ୍କ ସମତେ ସମସ୍ତ କର୍ମ·ରୀ ଧାରଣାରେ ବସି ରହିବା ସହିତ “ସେଭ ଏଲ.ଆଇ.ସି” “ସେଭ ନେସନ୍” ନାରାବାଜି ଦେଇଥିଲେ ।