କୋରେଇ: ଆଜି ପାଣିକୋଇଲି କଳ୍ୟାଣ ମଣ୍ଡପରେ ବରିଷ୍ଠ ନାଗରିକ ମାନଙ୍କୁ କୋଭିଡ ଟୀକା କରଣ କରାଯାଇଛି । କୋରାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତତ୍ୱାବଧାନରେ ଏହି ଟୀକାଦାନ କାର୍ଯ୍ୟକ୍ରମକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ସୁଧାଂଶୁ ଖେଖର ବଳ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତଥିଭାବେ ପାଣିକୋଇଲି ସରପଂଚ କାର୍ତିକ ଚନ୍ଦ୍ର ପଣ୍ଡା, କୋରାଇ ଗୋଷ୍ଠୀ ସ୍ୱାସ୍ଥୃ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଅଧିକାରୀ ଡା. ତାପସ କୁମାର ବେହେରା, ଡା, ଦିବ୍ୟଜ୍ୟୋତି ନାୟକ, ଡା. ସାଗରିକା ଦାସ ପ୍ରମୁଖ ଯୋଗଦେଇଥିଲେ । ସୁପରଭାଇଜର ରଂଜନ କୁମାର ବେହେରା, ସ୍ୱାସ୍ଥ୍ୟ କର୍ମି ମମତା ଦାଶ, ରଶ୍ମୀରଂଜନ ପରିଡା, ଜିତେନ୍ଦ୍ର କୁମାର ଖଣ୍ଡାଇ ଉପସ୍ଥିତ ରହି ସହଯୋଗ କରିଥିଲେ । ପାଣିକୋଇଲି ଓ ପଥରପଦା ପଂଚାୟତର ୩୫୦ ଜଣ ବରିଷ୍ଠ ନାଗରିକ(୬୦ ବର୍ଷରୁ ଉର୍ଦ୍ଧ)ଙ୍କୁ ଟୀକା ଦିଆଯାଇଥିଲା । କ୍ଳବ ଦି ଯଯାତି ପକ୍ଷରୁ ସୁନିଲ କୁମାର ଧଳ, ଚନ୍ଦନ ଓଝା, ତୁଷାର ବେହୁରା, ସମାଜସେବୀ ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।